ପୂଜାରେ ଅମାନିଆ : ଭୁବନେଶ୍ବର ମାର୍କେଟ ବିଲ୍ଡିଂ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ, ଦୁଇ ଦୋକାନ ସିଲ୍

ଭୁବନେଶ୍ବର : ପୂଜାରେ ଭୁଲିଗଲେ କୋଭିଡ୍ କଟକଣା| ଅମାନିଆ ହେଲେ ଲୋକ | ବଜାରରେ ଅସମ୍ଭାଳ ଭିଡ଼ | ଆଜି ସନ୍ଧ୍ୟାରେ ମାର୍କେଟ ବିଲ୍ଡିଂରେ ପ୍ରବଳ ଭିଡ଼ ଲାଗିଥିବା ଖବର ପାଇ ପୁଲିସର ଏକ ଟିମ୍ ଚଢ଼ାଉ କରିଥିଲା | ଭିଡ଼ ଏତେ ଥିଲା ଯେ ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ପ୍ଲାଟୁନ୍ ଫୋର୍ସ ମୁତୟନ କରିବାକୁ ପଡ଼ିଲା | କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୭୫ରୁ ଅଧିକ ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଇଛି | ଦୁଇଟି ଦୋକାନକୁ ମଧ୍ୟ ସିଲ୍ କରି ଦିଆଯାଇଛି |

ମିଳିଥିବା ସୂଚନା ଅନୁସାରେ, ଆଜି ସନ୍ଧ୍ୟା ୬ଟା ପରେ ମାର୍କେଟ ବିଲ୍ଡିଂରେ ଧିରେ ଧିରେ ଭିଡ଼ ଜମିଥିଲା | କିଛି ସମୟ ଭିତରେ ଜନ ସମୁଦ୍ର ପାଲଟି ଯାଇଥିଲା | ଖବର ପାଇ ଡିସିପି(ସିକ୍ୟୁରିଟି) ନିର୍ମଳ ଶତପଥୀଙ୍କ ଏକ ପ୍ଲାଟୁନ୍ ଫୋର୍ସ ସହ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରିଥିଲେ | ରାଜଧାନୀରେ ଅନ୍ୟ ମାର୍କେଟ ଓ ଦୋକାନରେ ଚଢ଼ାଉ ହୋଇଥିବା ଜଣାପଡିଛି |

ସମ୍ବନ୍ଧିତ ଖବର