ଭୁବନେଶ୍ବର: ବିଭିନ୍ନ ସମୟରେ ରାଜଧାନୀରେ ଲୁଟ୍ର ଶିକାର ହୋଇଥିବା ୧୯ ଜଣଙ୍କୁ ଆଜି ଲକ୍ଷ୍ମୀସାଗର ଥାନା ପୁଲିସ ସେମାନଙ୍କ ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଫେରାଇଛି। ରାଜଧାନୀରୁ ମୋବାଇଲ୍ ଫୋନ୍ ଚୋରି କରି ପଶ୍ଚିମବଙ୍ଗ ଚାଲାଣ କରୁଥିବା ୩ ଲୁଟେରାଙ୍କଠାରୁ ଜବତ ହୋଇଥିବା ଶତାଧିକ ଫୋନ୍ ସେଟ୍ରୁ ଏତିକି ଆଜି ଫେରସ୍ତ କରାଯାଇଛି। ଅନ୍ୟ ଫୋନ୍ଗୁଡ଼ିକର ମାଲିକାନା ଖୋଜା ଚାଲିଛି। ସୂଚନାଯୋଗ୍ୟ ଗତ ଜାନୁଆରି ୩ ତାରିଖରେ ଲକ୍ଷ୍ମୀସାଗର ଥାନା ପୁଲିସ ଚିନ୍ତାମଣିଶ୍ବର ଅଞ୍ଚଳରୁ ତିନି ଜଣ ଅଣଓଡ଼ିଆ ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୦୩ଟି ମୋବାଇଲ ଫୋନ୍ ଜବତ କରିଥିଲା। ଲୁଟେରାମାନେ ମୋବାଇଲ ଫୋନ୍ ଲୁଟିବା ପରେ ଏହାକୁ ପଶ୍ଚିମବଙ୍ଗ ମାଲ୍ଦାକୁ ଚାଲାଣ କରନ୍ତି। ସେଠାରେ ଲୁଟ୍ ମୋବାଇଲ ଫୋନ୍ର ଆଇଏମ୍ଇଆଇ ନମ୍ବରକୁ ବଦଳାଇ ଚୋରାରେ ବିକ୍ରି କରାଯାଏ।
ପୁଲିସ ଫେରାଇଲା ୧୯ ମୋବାଇଲ ଫୋନ୍
/sambad/media/post_attachments/wp-content/uploads/2020/11/mobile.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)