କଟକଣା ନ ମାନିଲେ ଏଥର କଡ଼ା କାର୍ଯ୍ୟାନୁଷ୍ଠାନ, ପୁଲିସର ରୋଡ୍‌ ସୋ’

ଭୁବନେଶ୍ବର : ସୋମବାରଠୁ କରୋନା କଟକଣାକୁ ନେଇ କଠୋର ହେବାକୁ ଯାଉଛି କମିସନରେଟ୍‌ ପୁଲିସ। ବିନା କାମରେ ବାହାରକୁ ଆସିଲେ କିମ୍ବା ଅମାନିଆ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ପ୍ରସ୍ତୁତ ହୋଇଛି କମିସନରେଟ୍‌ ପୁଲିସ। ରବିବାର କ୍ୟାପିଟାଲ ଥାନା ପରିସରରେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ବରିଷ୍ଠ ଅଧିକାରୀ ଓ ସମସ୍ତ ଆଇଆଇସିମାନଙ୍କୁ ଡାକି ଗୁରୁମନ୍ତ୍ର ଦେଇଛନ୍ତି। କୌଣସି ପରିସ୍ଥିତିରେ କାହାରିକୁ କ୍ଷମା କର ନାହିଁ ବୋଲି କଡ଼ା ଗଳାରେ ଶୁଣାଇଛନ୍ତି।

ବୈଠକ ପରେ ରାଜଧାନୀବାସୀଙ୍କୁ ସଚେତନ କରିବା ପାଇଁ ପୁଲିସ ପକ୍ଷରୁ ରୋଡ ସୋ’ ହୋଇଥିଲା। ୨୦ରୁ ଊର୍ଦ୍ଧ୍ବ ପିସିଆର ଭ୍ୟାନ୍‌ ସହ ପୁଲିସ ଗାଡ଼ି ସହର ସାରା ସାଇରନ୍‌ ଦେଇ ଘୂରି ବୁଲିଥିଲା। ଗାଡ଼ି କ୍ୟାପିଟାଲ ଥାନାରୁ ବାହାରି ଶିଶୁଭବନ, ଜନପଥ, ବାପୁଜୀନଗର, ଏଜି ଛକ, ମାଷ୍ଟର କ୍ୟାଣ୍ଟିନ ଦେଇ ବାଣୀବିହାର, ଜୟଦେବବିହାର ପଟିଆ ପ୍ରଭୃତି ଅଞ୍ଚଳରେ ବୁଲିଥିଲା। ଜୋନ୍ ଏସିପି ମାନସ ଗଡ଼ନାୟକ, ଭରତ ସାହୁ, ରଜତ ରାୟ ଏବଂ ଆଡିସନାଲ ଡିସିପି ଅନିଲ ମିଶ୍ର, ନିର୍ମଳ ଶତଥୀଙ୍କ ସମେତ ବରିଷ୍ଠ ଅଫିସର ଏଥିରେ ସାମିଲ ହୋଇଥିଲେ। କାମ ନ ଥିଲେ ବାହାରକୁ ନ ବାହାରିବା ପାଇଁ ପବ୍ଲିକ୍‌ ଆଡ୍ରେସ୍‌ ସିଷ୍ଟମ୍‌ ଜରିଆରେ ଲୋକମାନଙ୍କୁ ସଚେତନ କରାଇଥିଲେ।

ସମ୍ବନ୍ଧିତ ଖବର