ନିଶା କାରବାର ମାମଲାରେ ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କରିପାରିବ ପୁଲିସ

ତାଲିମ ନେଲେ ୮ ଜିଲାର ୨୫ ପୁଲିସ ଅଧିକାରୀ

ଭୁବନେଶ୍ବର : ଗଞ୍ଜେଇ, ବ୍ରାଉନସୁଗାର ଭଳି ନିଶା କାରବାର କରୁଥିବା ଅଭିଯୁକ୍ତଙ୍କ ସମ୍ପତ୍ତି ଜବତ କରିପାରିବ ପୁଲିସ। ଏ ସମ୍ପର୍କରେ ଏନଡିପିଏସ୍ ଆଇନର ପ୍ରାବଧାନ ରହିଛି। ଏନଡିପିଏସ୍ ଆଇନର ଧାରା ଭି-ଏ ଅନୁସାରେ ତଦନ୍ତକାରୀ ଅଧିକାରୀ ନିଶା ବେପାରୀଙ୍କ ସମ୍ପତ୍ତି ଜବତ କରିପାରିବେ। ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲା ପରେ ଜବତ ସମ୍ପତ୍ତିକୁ ବାଜ୍ୟାପ୍ତି କରାଯାଇପାରିବ। କ୍ରାଇମବ୍ରାଞ୍ଚର ଏସଟିଏଫ ପକ୍ଷରୁ ଏ ସମ୍ପର୍କରେ ୮ଟି ଜିଲାର ଅଧିକାରୀଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ତାଲିମ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ମାଲକାନଗିରି, କୋରାପୁଟ, କନ୍ଧମାଳ, ରାୟଗଡ଼ା, ଗଜପତି, ବ୍ରହ୍ମପୁର, ବାଲେଶ୍ବର, ଭଦ୍ରକ ଜିଲାର ଅତିରିକ୍ତ ଏସପି ଓ ଡିଏସପି ପାହ୍ୟାର ଅଧିକାରୀ ଯୋଗ ଦେଇଥିଲେ। ୧୯୯୦ ବ୍ୟାଚ୍‌ର ଆଇଆରଏସ୍ ଅଧିକାରୀ ତଥା ସ୍ମଗଲର୍ସ ଆଣ୍ଡ୍ ଫରେନ୍ ଏକ୍ସଚେଞ୍ଜ ମାନୁପୁଲେଟରସ୍ ଆଇନରର ପୂର୍ବ ଓ ଉତ୍ତର ଭାରତ ପାଇଁ ଅବସ୍ଥାପିତ ପ୍ରାଧିକୃତ ଅଧିକାରୀ ପି. କେ ପୃଷ୍ଟି ଏହି ତାଲିମ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର