ଛିଡ଼ା ହୋଇଥିବା ବସ୍‌ରେ ପିଟି ହୋଇ ପୁଲିସ କର୍ମଚାରୀ ଗୁରୁତର

ଭୁବନେଶ୍ୱର : ଜୟଦେବ ବିହାର ଓଭରବ୍ରିଜ ଉପରେ ଛିଡ଼ା ହୋଇଥିବା ଏକ ବସକୁ ପଛପଟୁ ଧକ୍କା ଦେଇ ଜଣେ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ନୂଆପଲ୍ଲୀ ଥାନା ପୁଲିସ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲ ପଠାଇଛି ବୋଲି ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ ଆଜି ରାତି ପ୍ରାୟ ସାଢ଼େ ଦଶଟା ସମୟରେ ସହିଦନଗର ଥାନା ପିସିଆର୍‌ ଭ୍ୟାନ୍‌ର ଏଏସ୍‌ଆଇ ଏଲ.ଏନ ବେହେରା ତାଙ୍କ କାମ ସାରି ସହିଦନଗରରୁ ବରମୁଣ୍ଡା ପଟକୁ ଯାଉଥିବା ସମୟରେ ହଠାତ ଜୟଦେବ ବିହାର ଓଭରବ୍ରିଜ ନିକଟରେ ଭାରସାମ୍ୟ ହରାଇ ଆଗରୁ ଛିଡ଼ା ହୋଇଥିବା ଏକ ବସକୁ ଧକ୍କ୍‌ ଦେଇଥିଲେ।

ସମ୍ବନ୍ଧିତ ଖବର