ଭୁବନେଶ୍ବର : ଜମିଜମା ଗଣ୍ଡଗୋଳ ମାମଲାରେ ବାଲିପାଟଣା ଥାନା ଦେଉଳିଧରପୁର ଅଞ୍ଚଳର ୮ବର୍ଷର ନାବାଳିକାଙ୍କୁ ଅତିରିକ୍ତ ଡିସିପିଙ୍କ କୋର୍ଟରେ ହାଜର କରାଯିବା ଘଟଣାରେ ତଦନ୍ତ ଆରମ୍ଭ ହୋଇଛି। ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶଙ୍କ ନିର୍ଦ୍ଦେଶ ଅନୁସାରେ ଜୋନ୍-୪ ଏସିପି ଘଟଣାର ତଦନ୍ତ କରୁଛନ୍ତି। ଏହି ଘଟଣାରେ ପୀଡ଼ିତାଙ୍କ ପରିବାର ଓ ଅପରପକ୍ଷଙ୍କୁ ପଚରାଉଚରା କରାଯିବ। ସେହିପରି ବାଲିପାଟଣା ଥାନା ଆଇଆଇସିଙ୍କର ମଧ୍ୟ ବୟାନ ରେକର୍ଡ କରାଯିବ। ତଦନ୍ତ ପୂର୍ଣ୍ଣାଙ୍ଗ ହେବା ପରେ ଡିସିପିଙ୍କ ନିକଟରେ ରିପୋର୍ଟ ଦାଖଲ କରାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ପୁଲିସ୍ ସମନ୍ ପରେ ଏହି ଶିଶୁକୁ ଅତିରିକ୍ତ ଡିସିପିଙ୍କ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଏହାକୁ ଭର୍ତ୍ସନା କରିଥିବା ବେଳେ ଡିସିପି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
୮ ବର୍ଷର ଶିଶୁକୁ ପୁଲିସ ସମନ୍ ଘଟଣା : ଥାନା ଅଧିକାରୀଙ୍କ ବୟାନ ରେକର୍ଡ ହେବ
/sambad/media/post_attachments/wp-content/uploads/2021/01/cartoon-girl.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)