ନିର୍ଦ୍ଦେଶାବଳି ଜାରି କଲା କମିସନରେଟ୍‌ ପୁଲିସ : ଏହି ସବୁ କ୍ଷେତ୍ରରେ ଗାଡ଼ି ଜବତ କରି ପାରିବ ପୁଲିସ

ଭୁବନେଶ୍ବର : ରଙ୍ଗ୍‌ ରୁଟ୍‌ରେ ଆସୁଥିବା ଜଣେ ମହିଳାଙ୍କୁ ଅଟକାଇ ଗାଡ଼ିରୁ ଚାବି ଛଡ଼ାଇ ନେବା ଭିଡିଓ ଭାଇରାଲ ହେବା ପରେ ପୁଲିସ ନିନ୍ଦିତ ହୋଇଛି। ପୁଲିସର ଏହା ଗୁଣ୍ଡାଗିରି, ପୁଲିସ ଏଭଳି ଜୋର ଜବରଦସ୍ତ ଗାଡ଼ି ଜବତ କରିପାରିବନି ବୋଲି ଟ୍ବିଟର୍‌ରେ ଟ୍ରୋଲ୍‌ ହେବା ପରେ ଆଜି ବିଧିବଦ୍ଧ ଭାବରେ ନିର୍ଦ୍ଦେଶାବଳି ଜାରି କରିଛି କମିସନରେଟ୍‌ ପୁଲସ।

New Indian Express

ମୋଟର ଯାନ ନିୟମ ଧାରା ୨୦୭ ଅନୁସାରେ ଗାଡ଼ିକୁ ପୁଲିସ ଜବତ କରିପାରିବ ବୋଲି ଏହି ନିର୍ଦ୍ଦେଶାବଳିରେ ସ୍ପଷ୍ଟ କରିଛନ୍ତି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ। ନିର୍ଦ୍ଦେଶାବଳି ମୁତାବକ, ବିନା ଡ୍ରାଇଭିଂ ଲାଇସେନ୍ସରେ ଗାଡ଼ି ଚଳାଉଥିଲେ, ନାବାଳକ ଗାଡ଼ି ଚଳାଉଥିଲେ, ଅଣପଞ୍ଜୀକୃତ ଗାଡ଼ି, ବିନା ପରମିଟ୍‌ରେ ବ୍ୟାବସାୟିକ ଗାଡିକୁ ପୁଲିସ ଜବତ କରିପାରିବ। ତେବେ କେବଳ ଜବତ ନୁହେଁ, ବରଂ କେତେକ କ୍ଷେତ୍ରରେ ଚାଳକଙ୍କୁ ମଧ୍ୟ ଗିରଫ କରାଯାଇ ପାରିବ। ବିପଜ୍ଜନକ ଭାବରେ, ନିଶାସକ୍ତ ଅବସ୍ଥାରେ, ଟ୍ରାଫିକ୍‌ର ଓଲଟା ଦିଗରେ ଓ ମାଲିକଙ୍କ ଅସହମତି‌ରେ ଗାଡ଼ି ଚଳାଉଥିଲେ ସମ୍ପୃକ୍ତ ଚାଳକକୁ ପୁଲିସ ଗିରଫ କରିପାରିବ। ସୁପ୍ରିମକୋର୍ଟଙ୍କ ଆଦେଶ ବଳରେ ଗାଡ଼ିର ବୀମା ନ ଥିଲେ ଓ ଅପରାଧରେ ସମ୍ପୃକ୍ତ ଥିଲେ ଜବତ କରାଯାଇ ପାରିବ।

ସର୍ବସାଧାରଣ ଜାଗାରେ ଗାଡ଼ି ଛିଡ଼ା କରାଇ ଥିଲେ ବା କେହି ଛାଡ଼ି ଯାଇଥିଲେ ପୁଲିସ ଏହାକୁ ଜବତ କରିପାରିବ। କେତେକ କ୍ଷେତ୍ରରେ ପୁଲିସ ଡ୍ରାଇଭିଂ ଲାଇସେନ୍ସକୁ ମଧ୍ୟ ରଦ୍ଦ କରିପାରିବ।

ସମ୍ବନ୍ଧିତ ଖବର