ଭୁବନେଶ୍ୱର: କିଛି ଦିନ ତଳେ ଦୁର୍ଦ୍ଦାନ୍ତ ନିଶା ମାଫିଆକୁ ଏନ୍କାଉଣ୍ଟର ମାମଲାରେ ଠିକ୍ ସମୟରେ ଚାର୍ଜସିଟ ଦାଖଲ କରି ନ ପାରିବାରୁ ଖଣ୍ଡଗିରି ଥାନାର ତଦନ୍ତ ଅଫିସରଙ୍କୁ ନିଲମ୍ବିତ କରାଯାଇଛି। ଦାୟିତ୍ବରେ ଅବହେଳା କାରଣରୁ ତାଙ୍କୁ ନିଲମ୍ବିତ କରାଯାଇଥିବା କମିସନରେଟ ପୁଲିସ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଏହାପର ଠାରୁ ପୁଲିସ କର୍ମଚାରୀଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି। ଅହେତୁକ ଚାପ, ଘନ ଘନ ଭିଭିଆଇପିଙ୍କ ଗସ୍ତ ଓ ଆଇନଶୃଙ୍ଖଳା ପରିସ୍ଥିତି ଓ କେସ୍ ବନ୍ଦ୍ର ଅଦୃଶ୍ୟ ଚାପ କାରଣରୁ ପୁଲିସ ନିଜ କର୍ତ୍ତବ୍ୟ କରିବାରେ ବିଫଳ ହେଉଛି। ରାଜ୍ୟରେ ପ୍ରାୟ ୧୬ ହଜାରରୁ ଅଧିକ ପୁଲିସ କର୍ମଚାରୀଙ୍କ ପଦବଇ ଖାଲି ରହିଛି। ଭୁବନେଶ୍ବରର ବିଭିନ୍ନ ଥାନା‌ରେ  ୧୬ ଡଝଶରରୁ ଅଧିକ ମାମଲା ଗଡ଼ୁଛି। ତେଣୁ ପ୍ରତି ଥାନାକୁ ମାସିକିଆ କେସ ସାରିବାକୁ ଟାର୍ଗେଟ୍‌ ଦିଆଯାଉଛି। ତେଣୁ ପୁଲିସ କେତେ ଚାପରେ ରହିଛି ତାହା ଅନୁମେୟ। ବିଶେଷ କରି ରାଜଧାନୀରେ ଏହି ଚାପ ଅଧିକ ରହିଛି।

Advertisment

ଅନ୍ୟ ସରକାରୀ କର୍ମଚାରୀଙ୍କ ଇଚ୍ଛା ରାଜଧାନୀ ଚାକିରଇ କରିବେ। ସ୍ବାସ୍ଥ୍ୟଠାରୁ ଆରମ୍ଭ କରି ଗମନାଗମନ, ପିଲାମାନଙ୍କ ପାଠପଢା ପର୍ଯ୍ୟନ୍ତ ସବୁ ସୁବିଧା ପାଇପାରିବେ। ଏଥିପାଇଁ ମନ୍ତ୍ରୀ ତଥା ଉଚ୍ଚ ଅଧିକାରୀଙ୍କ ପାଖରେ ଲବି ମଧ୍ୟ ଜୋର। ଯିଏ ଥରେ ରାଜଧାନୀ ଆସୁଛି ସେ ଆଉ ଫେରିବାକୁ ଚାହୁନି। କିନ୍ତୁ ପୁଲିସ ବିଭାଗରେ ଏହା ଓଲଟା। ଯିଏ ଥରେ  କମିସନରେଟ୍‌ ପୁଲିସରୁ ବଦଳି ହୋଇ ଗଲା ସେ ଆଉ ପୁଣି ଥରେ ଫେରିବାକୁ ଚାହୁନି। ବିଶେଷ କରି ଭୁବନେଶ୍ୱରରେ ଯେତିକି କାମ ଚାପ ଆଉ କେଉଁଠାରେ ନାହିଁ। ବର୍ଷ ତମାମ ରାଜଧାନୀକୁ ଭିଭିଆଇପି ଗସ୍ତ ସହ  ଆନ୍ଦୋଳନ, ଧାରଣା ଚାଳଉ ରହିଛି। ବର୍ଷକୁ ବର୍ଷ ମାମଲା ମଧ୍ୟ ବୃଦ୍ଧି ପାଉଛି। ୨୦୨୩ ବର୍ଷ ଅପେକ୍ଷା ୨୦୨୪ ବର୍ଷରେ ଦୁଇ ହଜାରରୁ ଅଧିକ ମାମଲା ରୁଜୁ ହୋଇଥିଲା। ଏହା ସହିତ ପୂର୍ବ ଅପେକ୍ଷା ବର୍ତ୍ତମାନ ରାଜଧାନୀକୁ ଭିଭିଆଇପି ଗସ୍ତ ବୃଦ୍ଧି ପାଉଛି। ରାଜ୍ୟର ଯେଉଁଠି କିଛି ଅପରାଧ ଘଟିଲେ ରାଜଧାନୀରେ ରାଜନୈତିକ ଦଳ ପକ୍ଷରୁ ଆନ୍ଦୋଳନ, ଧାରଣା ମଧ୍ୟ ବୃଦ୍ଧି ପାଉଛି।

କର୍ମଚାରୀ ଅଭାବକୁ ବଢୁଛି ମାମଲା
ନୂଆ ଆଉ ପୁରୁଣା ଆଇନ ମଧ୍ୟରେ ରହୁଛି ଦ୍ବନ୍ଦ୍ବ

ବିଧାନସଭା ସମୟରେ ମଧ୍ୟ ପୁଲିସ ଉପରେ ଅଧିକ ଚାପ ରହୁଛି। ଏତେ ଚାପ ମଧ୍ୟରେ ପୁଲିସ ନିଜ କାର୍ଯ୍ୟ ତୁଲାଇବାରେ ବିଫଳ ହେଉଛି। ବିଭିନ୍ନ ମାମଲାରେ ତଦନ୍ତ ମଧ୍ୟ ଠିକ୍‌ ଭାବେ କରାଯାଇପାରୁ ନାହିଁ। ପ୍ରମାଣ ଥିଲେ ମଧ୍ୟ ବିଭିନ୍ନ କାରଣରୁ ତଦନ୍ତ ଠିକ ଭାବେ ‌ହୋଇ ନ ପାରିବାରୁ ଅଭିଯୁକ୍ତ ସହଜରେ କୋର୍ଟରେ ଜାମିନ ପାଉଛନ୍ତି କିମ୍ବା ପ୍ରମାଣ ଅଭାବରୁ ଖଲାସ ହୋଇ ଯାଉଛନ୍ତି। ଅଭିଯୁକ୍ତ ଜେଲରୁ ବାହାରିବା‌ ପରେ ତଦନ୍ତ ଅଦଇଖଶଣଈଙ୍କୁ ଉପରିସ୍ଥ କର୍ତ୍ତୃପକ୍ଷଙ୍କ ନାଲି ଆଖି ଦେଖିବାକୁ ପଡ଼ୁଛି। କେବଳ କାମ ଚାପ ନୁହେଁ କର୍ମଚାରୀ ଅଭାବ ମଧ୍ୟ କମିସନରେଟ ପୁଲିସ ଉପରେ ଚାପର ଅନ୍ୟତମ କ‌ାରଣ। ପ୍ରତି ଥାନାରେ ଯେତିକି କର୍ମଚାରୀ କିମ୍ବା ତଦନ୍ତ ଅଧିକାରୀ ରହିବା କଥା ତା’ଠାରୁ କମ୍ ରହିଛନ୍ତି। ଜଣେ ଅଫିସରଙ୍କ ପାଖରେ ଏକାଧିକ ସଙ୍ଗିନ ମାମଲା ରହୁଛି। ପ୍ରତି ମାସ ଶେଷରେ ସମସ୍ତ ତଦନ୍ତ ଅଧିକାରୀଙ୍କୁ ଟା‌ର୍ଗେଟ୍‌ ଦିଆଯାଉଛି। ଦିଆଯାଇଥିବା ଟାର୍ଗେଟ୍‌ ମାମଲାର ତଦନ୍ତ ସାରି ନପାରିଲେ ଅଧିକାରୀଙ୍କ ଗାଳି ମଧ୍ୟ ସହୁଛନ୍ତି ପୁଲିସ କର୍ମଚାରୀ। 

ନୂଆ ଆଇନକୁ ଆଜି ଯାଏ କିଛି ଅଧିକାରୀଙ୍କ ମଧ୍ୟରେ ଦ୍ବନ୍ଦ୍ବ ରହିଛି। ନିଲମ୍ବିତ ତଦନ୍ତ ଅଧିକାରୀ ସମାନ ଭାବେ ନୂଆ ଆଇନରେ ଚାର୍ଜସିଟ୍ ଦାଖଲକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ‌ହେବାରୁ ଠିକ୍‌ ସମୟରେ ଚାର୍ଜସିଟ ଦେଇ ପାରି ନଥିବା କା‌ରଣ ଦର୍ଶାଅରେ ଲେଖିଛନ୍ତି। ଏନେଇ ପୂର୍ବତନ ଡିଆଇଜି ବଟକୃଷ୍ଣ ତ୍ରିପାଠୀ କହିଛନ୍ତି ଯେ, ପୁଲିସ ଉପରୁ ଚାପ କମ‌ାଇବା ପାଇଁ ବିଭିନ୍ନ ସ୍ତରରେ ଆଲୋଚନା କରାଯାଉଛି। ସରକାରଙ୍କ ତରଫରୁ ତଦନ୍ତ ଠିକ୍‌ ଭାବେ କରିବା ସହିତ ପ୍ରମାଣ ଓ ଚାର୍ଜସିଟ୍ ଠିକ୍‌ ଉପାୟରେ ଦେବା ପାଇଁ ପୁଲିସ କର୍ମଚାରୀଙ୍କୁ ‌ଟ୍ରେନିଂ ଦିଆଯାଉଛି। ଆଗକୁ ଦୋଷୀଙ୍କୁ ଦଣ୍ଡ ମିଳିବାରେ ଏହା ସହାୟକ ହେବ।