ଭୁବନେଶ୍ବର: ରାଜଧାନୀର ନୋ ହୋର୍ଡିଂ ଜୋନ୍ରେ ଏବେ କାହା ହୋର୍ଡିଂ, ଫ୍ଲେକ୍ସ ଦେଖିବାକୁ ମିଳୁ କି ନମିଳୁ କିନ୍ତୁ ରାଜନୈତିକ ଦଳଙ୍କ ହୋର୍ଡିଂ, ଫ୍ଲେକ୍ସ ଦେଖିବାକୁ ମିଳିବ। କେବଳ ନୋ ହୋର୍ଡିଂ ଜୋନ୍ ନୁହେଁ ମନ ଇଚ୍ଛା ଯେଉଁଠି ପାରୁଛନ୍ତି ସେଠାରେ ହୋର୍ଡିଂ ବି ଲଗାଉଛନ୍ତି। ଏଥିପାଇଁ ବିଏମ୍ସିରୁ ଅନୁମତି ଅଣାଯାଉନି କି ଆବେଦନ ବି ହେଉନି। ଶାସକ ଦଳରୁ ଆରମ୍ଭ କରି ବିରୋଧୀ ପର୍ଯ୍ୟନ୍ତ ସମସ୍ତେ ଖୋଲାଖୋଲି ନିୟମ ଉଲ୍ଲଂଘନ କରୁଛନ୍ତି। ରାଜଧାନୀରେ ଏବେ ମାଳମାଳ ବେଆଇନ ହୋର୍ଡିଂ, ବ୍ୟାନର, ଫ୍ଲେକ୍ସ, ଦଳୀୟ ପତାକା ଛାଇ ଯାଇଥିବାବେଳେ ବିଏମ୍ସି କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଛନ୍ତି। ନୋ ହୋର୍ଡି˚ ଜୋନ୍ ଏଣିକି ସାଧାରଣ ଲୋକ, ବ୍ୟବସାୟୀ ଏବ˚ ରାଜନୈତିକ ଦଳଙ୍କ ପାଇଁ ସମାନ ହେବ। କେହି ବି ନୋ ହୋର୍ଡି˚ ଜୋନ୍ରେ ଆଉ ଦଳୀୟ ପତାକା, ଫ୍ଲେକ୍ସ, ବ୍ୟାନର ଲଗାଇ ପାରିବେନି। ଏପରିକି ରାଜଧାନୀର କେଉଁ ସ୍ଥାନରେ ରାଜନୈତିକ ଦଳ କେତେ ପତାକା, ବ୍ୟାନର ଲଗାଇବେ, କେତେ ଦିନ ପାଇଁ ଲଗାଇବେ ସେନେଇ ଅନୁମତି ନେବେ। ଏହାକୁ ବିଏମ୍ସି ୱେବସାଇଟରେ ପ୍ରଦର୍ଶିତ କରାଯିବ। ଯିଏ ଅନୁମତି ନନେଇ ହୋର୍ଡିଂ/ ଫ୍ଲେକ୍ସ ଲଗାଇଥିବେ ସେମାନଙ୍କ ଠାରୁ ବିଏମ୍ସିର ହୋର୍ଡି˚ ରେଗୁଲେସନ୍ ଆଇନ ୨୦୦୬ର ପରିଚ୍ଛେଦ ୧୦-ଇ ଅନୁସାରେ ୫ହଜାର ଟଙ୍କା ପ୍ରତି ହୋର୍ଡି˚ ପିଛା ଆଦାୟ କରାଯିବ। ଏହିଭଳି ନିଷ୍ପତ୍ତି ଡିସେମ୍ବର ୩୦, ୨୦୧୭ରେ ହୋଇଥିଲା। ଏନେଇ ବି ବିଜ୍ଞପ୍ତି ପ୍ରକାଶ ପାଇଥିଲା। ହେଲେ ଏହାକୁ କେହି ମାନୁନାହାନ୍ତି। ରାଜନୈତିକ ଦଳଗୁଡ଼ିକ ମୁଖ୍ୟ ଉଲ୍ଲଂଘନକାରୀ ହୋଇଥିଲେ ହେଁ ବିଏମ୍ସି କର୍ତ୍ତୃପକ୍ଷ ଥରୁଟିଏ ସର୍ବଦଳୀୟ ବୈଠକ ଡାକି ଚୁପ୍ ବସି ଯାଇଛନ୍ତି। ରାଜଧାନୀର ସୌନ୍ଦର୍ଯ୍ୟକରଣରେ ଏହି ବେଆଇନ ହୋର୍ଡିଂ, ଫ୍ଲେକ୍ସ ବାଧକ ସାଜୁଥିଲେ ହେଁ ନା ରାଜନୈତିକ ଦଳଗୁଡ଼ିକୁ ଡାକି ଆଲୋଚନା କରାଯାଉଛି ନା ଜରିମାନା ଆଦାୟ ହେଉଛି। ବିଏମ୍ସି କମିସନର ବି ରାଜନୈତିକ ଚାପ ଆଗରେ ମୁଣ୍ଡ ନୁଆଁଇ ଦେଉଥିବାରୁ ତଳିଆ କର୍ମଚାରୀ ରାଜନୈତିକ ଦଳଙ୍କ ହୋର୍ଡିଂ ଉଚ୍ଛେଦ କରିବାକୁ ସାହସ ଜୁଟାଇ ପାରୁନାହାନ୍ତି।
ବିଏମ୍ସିର ପକ୍ଷରୁ ଐତିହ୍ୟ ଅଞ୍ଚଳ, ପୁରୁଣା ଭୁବନେଶ୍ବରର ଅଧିକାଂଶ ଅଞ୍ଚଳ ସମେତ ବିମାନ ବନ୍ଦରରୁ ପିଏମ୍ଜି ଦେଇ ହାଉସି˚ ବୋର୍ଡ ଛକ, ଶିଶୁ ଭବନ ଛକରୁ କ୍ୟାପିଟାଲ୍ ହସ୍ପିଟାଲ୍ ଛକ, ଏଜିରୁ ରାଜମହଲ, ରାଜମହଲରୁ ପାୱାର୍ ହାଉସ୍ ଦେଇ ଏସ୍ବିଆଇ ଛକ, ପିଏମ୍ଜିରୁ ଜନପଥ ଏବ˚ ରବୀନ୍ଦ୍ର ମଣ୍ତପ ଛକରୁ ୧୨୦ ବାଟାଲିଅନ୍ ଯାଏ ରାସ୍ତାକୁ ନୋ-ହୋର୍ଡି˚ ଜୋନ୍ ଘୋଷଣା କରାଯାଇଛି। କିନ୍ତୁ ଏହି ଅଞ୍ଚଳରେ ହିଁ ରାଜନୈତିକ ଦଳଗୁଡ଼ିକ ଦଳୀୟ ପତାକା ଏବ˚ ହୋର୍ଡି˚ ଲଗାଉଛନ୍ତି। ଏହାଦ୍ବାରା ସହରର ସୌନ୍ଦର୍ଯ୍ୟ ପ୍ରଭାବିତ ହେବା ସହ ଟ୍ରାଫିକ୍ ଜନିତ ସମସ୍ୟା ସୃଷ୍ଟି ହେଉଥିଲେ ହେଁ ଏହାପ୍ରତି କାହାର ନଜର ନାହିଁ। ବିଭିନ୍ନ ଜାତୀୟ ଦଳର ନେତା ଆସିବା ପୂର୍ବରୁ ହେଉ କି ଶାସକ ଦଳର ରାଜଧାନୀରେ କୌଣସି କାର୍ଯ୍ୟକ୍ରମ ଥିଲେ ଏହି ବେଆଇନ ହୋର୍ଡିଂ, ଦଳୀୟ ପତାକା ତ ପୂରା ଛାଇ ଯାଉଛି। କାର୍ଯ୍ୟକ୍ରମ ଆରମ୍ଭ ହେବାର ଦିନେ ଦୁଇଦିନ ଆଗରୁ ଲାଗୁଛି ଯେ ପତାକାରୁ ରଙ୍ଗ ନଉଡ଼ିବା ପର୍ଯ୍ୟନ୍ତ ଏହା ଉଡ଼ୁଛି। ଗଳିକନ୍ଦିରେ ପଶିଗଲେ ତ କର୍ପୋରେଟର/ଆଶାୟୀଙ୍କ ଫ୍ଲେକ୍ସ, ହୋର୍ଡିଂ ଛାଇ ଯାଉଛି। ଏନେଇ ବିଏମ୍ସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ବିନା ଅନୁମତିରେ କୌଣସି ସ୍ଥାନରେ ହୋର୍ଡିଂ, ଫ୍ଲେକ୍ସ, ଦଳୀୟ ପତାକା ଲଗାଇବା ଅପରାଧ। ଆମେ ରାଜେନୖତିକ ଦଳଗୁଡ଼ିକୁ ଏନେଇ ବାରମ୍ବାର କହିଲୁଣି। କିନ୍ତୁ ସେମାନେ ଶୁଣୁନାହାନ୍ତି। ଯେଉଁଦିନ ବିଭିନ୍ନ ରାଜେନୖତିକ ଦଳର କାର୍ଯ୍ୟକ୍ରମ ରହୁଛି ତା’ର ପୂର୍ବ ରାତିରେ ଏଗୁଡ଼ିକ ଲାଗୁଛି। ତେଣୁ ଆମେ ସକାଳ ୭ଟାରୁ ଏଗୁଡ଼ିକୁ ଉଚ୍ଛେଦ କରୁଛୁ। କେତେକ ସ୍ଥାନରେ ରାଜନୈତିକ ଦଳର କର୍ମୀମାନେ ଆମକୁ ବିରୋଧ କରୁଛନ୍ତି। ଫଳରେ ସବୁ ହୋର୍ଡିଂ, ଫ୍ଲେକ୍ସ ଉଚ୍ଛେଦ କରିବା ସମ୍ଭବ ହେଉନି। ତେଣୁ ଆମେ କମିସନରେଟ୍ ପୁଲିସକୁ ଚିଠି ଲେଖିଛୁ। ଏଣିକି ଯେଉଁ ଅଞ୍ଚଳରେ ବେଆଇନ ହୋର୍ଡିଂ ଓ ଫ୍ଲେକ୍ସ ଉଚ୍ଛେଦ ହେବ ସେଠାରେ ସ୍ଥାନୀୟ ଥାନାର ଥାନାଧିକାରୀ ଏବଂ ପୁଲିସ ଫୋର୍ସ ମୁତୟନ କରିବାକୁ କହିଛୁ। ଯିଏ ବିରୋଧ କରିବେ ତାଙ୍କୁ ଗିରଫ କରିବାକୁ କହିଛୁ।
ଏକାମ୍ର ହଲ୍ ପରେ ଚୁପ୍
ଗତ କିଛି ମାସ ମଧ୍ୟରେ ରାଜଧାନୀରେ ବହୁ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ହୋଇଥିବାବେଳେ ଏହା ଯେପରି ନଷ୍ଟ ନହେବ ସେଥିପାଇଁ ବିଏମ୍ସି ପକ୍ଷରୁ କାନ୍ଥବାଡ଼ରେ ପୋଷ୍ଟର, ଲିଫ୍ଲେଟ୍ ଲଗାଇଥିବା ସଂସ୍ଥାଠାରୁ ପ୍ରଶାସନିକ ଫି’ ବାବଦରେ ୫ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ନିଷ୍ପତ୍ତି େହାଇଛି। ଏହି ଆଧାରରେ ଗତବର୍ଷ ଡିସେମ୍ବର ୫ରେ ନିର୍ମଣାଧୀନ ବମିଖାଲ ଓଭରବ୍ରିଜ୍ରେ ପୋଷ୍ଟର ଲଗାଇଥିବା ଏକାମ୍ର ହଲ୍କୁ ୫ହଜାର ଟଙ୍କା ଜରିମାନା ନୋଟିସ୍ କରାଗଲା। ହେଲେ ଏହାପରେ କର୍ତ୍ତୃପକ୍ଷ ଚୁପ୍। ବିଏମ୍ସି ଧମକ ଦେଖାଇ ଚୁପ୍ ବସିଗଲା। ଆଉ ଏବେ କାନ୍ଥ, ବ୍ରିଜ୍ ସବୁଠି ମାଳମାଳ ପୋଷ୍ଟର, ଲିଫ୍ଲେଟ୍ ଛାଇଯାଇଥିବା ଦେଖିବାକୁ ମିଳୁଛି।