ନୀଳାଚଳ ପଲିଟେକନିକ୍‌ରେ କୁଇଜ୍ ପ୍ରତିଯୋଗିତା

ଭୁବନେଶ୍ବର: ନୀଳାଚଳ ପଲିଟେକନିକ୍ ଓ ନୀଳାଚଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ୬ଷ୍ଠ ରାଜ୍ୟସ୍ତରୀୟ ଅନ୍ତଃବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା (କ୍ବିଜୋଟିକା-୨୦୧୮) ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୦୦ରୁ ଅଧିକ ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତା ଦୁଇଟି ପର୍ଯ୍ୟାୟ ଯଥା ଲିଖିତ ଓ ବଜର୍ ରାଉଣ୍ଡରେ ହୋଇଥିଲା। ଲିଖିତ ପର୍ଯ୍ୟାୟରୁ ଉନ୍ନୀତ ୧୦ଜଣ ପ୍ରତିଯୋଗୀ ବଜର୍‌ ରାଉଣ୍ଡକୁ ଯାଇଥିଲେ। ଏହି ପର୍ଯ୍ୟାୟକୁ କୁଇଜ୍ ମାଷ୍ଟର ଯଶୋବନ୍ତ ନାରାୟଣ ସିଂହ ଓ ସହଯୋଗୀମାନେ ପରିଚାଳନା କରିଥିଲେ। ଏଥିରେ ପଟିଆସ୍ଥିତ ଜୟଦେବ ଶିକ୍ଷା କେନ୍ଦ୍ରର ଆକାଶ ଦାସ ବିଜୟୀ ହୋଇଥିଲେ। ସେହିପରି ନୟାଗଡ଼ ଜିଲ୍ଲା ରଣପୁରର ବ୍ର‌ଜେନ୍ଦ୍ରଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ସୌମ୍ୟଶ୍ରୀ ରଞ୍ଜନ ମିଶ୍ର ରନର୍ସଅପ୍ ହୋଇଥିଲେ। ଅନ୍ତିମ ପର୍ଯ୍ୟାୟକୁ ଉନ୍ନୀତ ସମସ୍ତ ୧୦ଜଣ ପ୍ରତିଯୋଗୀଙ୍କୁ ୨୫ହଜାର ଟଙ୍କାର ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଲିଖିତ ପରୀକ୍ଷାର ୩୦ଜଣ ମେଧାବୀ ପ୍ରାର୍ଥୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା।

ସମ୍ବନ୍ଧିତ ଖବର