ସ୍ମାର୍ଟ ବସ୍‌ଷ୍ଟପ୍‌ରେ ପଡ଼ିଲା ଜରିପାଲ, କ୍ରୁଟ୍‌ ସଜାଡ଼ିଲାନି

ଭୁବନେଶ୍ବର: ମହାବାତ୍ୟା ‘ଫନି’କୁ ଅଢ଼େଇ ମାସରୁ ଊର୍ଧ୍ବ ସମୟ ବିତି ଯାଇଥିଲେ ହେଁ ରାଜଧାନୀର ଛାରଖାର ବସ୍‌ଷ୍ଟପଗୁଡ଼ିକୁ କିଏ ସଜାଡ଼ିବ, ସେ ନେଇ ଟଣାଓଟରା ଚାଲିଛି। ବସ୍‌ଷ୍ଟପଗୁଡ଼ିକର ମରାମତି ପାଇଁ ୩କୋଟିରୁ ଊର୍ଧ୍ବ ଟଙ୍କା ଆବଶ୍ୟକ ଥିବାରୁ ନା ସରକାର ନା କ୍ରୁଟ୍‌ କର୍ତ୍ତୃପକ୍ଷ, ମରାମତି ପାଇଁ କେହି ବି ଆଗ୍ରହ ଦେଖାଉନାହାନ୍ତି। ସେମାନଙ୍କ ଏହି ଟଣାଓଟରା ଭିତରେ କିନ୍ତୁ ରାଜଧାନୀବାସୀ ହନ୍ତସନ୍ତ ହେବାଟା ସାର ହେଉଛି। ବସ୍‌କୁ ଅପେକ୍ଷା କରି ଲୋକେ ଖରା, ବର୍ଷା ଖାଉଛନ୍ତି। ତେବେ ରାଜଧାନୀବାସୀଙ୍କ ଏଭଳି କଷ୍ଟକୁ ହୃଦ୍‌ବୋଧ କରି ବିଶ୍ବଜିତ୍‌ ଗୋସ୍ବାମୀ ନାମକ ଜଣେ ଯୁବକ ନିଜ ଉଦ୍ୟମରେ ଏହି ସବୁ ଭଙ୍ଗା ବସ୍‌ଷ୍ଟପଗୁଡ଼ିକରେ ଜରିପାଲ ପକାଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ସେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ସତ୍ୟନଗର ମଶାଣିସ୍ଥିତ ଦୁଇଟି ବସ୍‌ଷ୍ଟପରେ ଜରିପାଲ ପାକାଇଛନ୍ତି। ଆଗାମୀ ଦିନରେ ସମସ୍ତ ବସ୍‌ଷ୍ଟପ୍‌ରେ ପାଲ ପକାଇବା ପାଇଁ ଯୋଜନା କରୁଥିବା ସେ କହିଛନ୍ତି।

ବିଶ୍ବଜିତ୍‌ କହିଛନ୍ତି ଯେ ଗତ ୩ ତାରିଖ ଦିନ କୌଣସି କାମ‌ରେ ସେ ରାମ ମନ୍ଦିର ଆଡ଼କୁ ଯାଉଥିଲେ। ହେଲେ ଏହି ସମୟରେ ପ୍ରବଳ ବର୍ଷା ହେବାରୁ ସେ ସତ୍ୟନଗର ମଶାଣି ନିକଟ ବସ୍‌ଷ୍ଟପ ତଳେ ଛିଡ଼ା ହୋଇଯାଇଥିଲେ। ଜାଣି ନଥିଲେ‌ ଯେ ବସ୍‌ଷ୍ଟପର ଛାତ ଉଡ଼ି ଯାଇଛି। ଫଳରେ ବର୍ଷାରେ ସମ୍ପୂର୍ଣ୍ଣ ଭିଜି ଯାଇଥିଲେ। କେବଳ ସେ ନୁ‌ହନ୍ତି, ତାଙ୍କ ପରି ଅନ୍ୟଲୋକମାନେ ମଧ୍ୟ ବର୍ଷା‌‌ରେ ଭିଜିଥିଲେ। ଏଭଳି ଅବସ୍ଥା ଦେଖିବା ପରେ ସେ ସେହିଦିନ ବିଏମ୍‌ସି, ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌)କୁ ସମସ୍ୟା ବିଷୟରେ ଟ୍ବିଟ୍‌ କରିଥିଲେ। ହେଲେ ୧୫ ଦିନ ବିତି ଯାଇଥିଲେ ମଧ୍ୟ କେହି ତାଙ୍କୁ ଜବାବ ଦେଇ ନଥିଲେ କି ବସ୍‌ଷ୍ଟପ୍‌ଗୁଡ଼ିକର ମରାମତି କରାଯାଇନଥିଲା। ତେଣୁ ସେ ବସ୍‌ଷ୍ଟପଗୁଡ଼ିକରେ ପାଲ ପକାଇବା ପାଇଁ ସ୍ଥିର କରିଥିଲେ।

ସମ୍ବନ୍ଧିତ ଖବର