ଭୁବନେଶ୍ୱର: ଆସନ୍ତା ୨୭ରେ ଭୁବନେଶ୍ୱର ଆସୁଛନ୍ତି ପପ୍ ସିଙ୍ଗର୍ ଗୁରୁ ରନ୍ଧାଓ୍ଵା। ସ୍ଥାନୀୟ ଜନତା ମଇଦାନ୍ଠାରେ ଆୟୋଜିତ ହେବାକୁ ଥିବା ଲାଇଭ୍ କନ୍ସର୍ଟରେ ଶ୍ରୋତା ଓ ତାଙ୍କ ଅଗଣିତ ପ୍ରଶଂସକ ରନ୍ଧାଓ୍ଵାଙ୍କ ଲୋକପ୍ରିୟ ଟ୍ରାକ୍ରେ ଝୁମିବାର ସୁଯୋଗ ପାଇବେ। ‘ଓ ଲଗ୍ଦି ଲାହୋର୍ ଦି ଆ’..., ‘ହାଇ ରେଟେଡ୍ ଗବରୁ’, ‘ପଟୋଲା’, ‘ବନ୍ଜା ତୁ ମେରି ରାନୀ ରାନୀ’, ‘ୟାର୍ ମୋଡ୍ ଦୋ’ ଆଦି ଗୀତ ଗାଇ ଶ୍ରୋତାଙ୍କ ମନ ଜିଣିଥିବା ଏହି ପଞ୍ଜାବୀ ଗାୟକ ସାମାଜିକ ଗଣମାଧ୍ୟମରେ ବେଶ୍ ପରିଚିତ। ପର୍ସେପ୍ଟ ଲାଇଭ୍ ଓ ଡ୍ରିମ୍ କ୍ରାଫ୍ଟ ଇଭେଣ୍ଟ୍ସ୍ ସହଯୋଗରେ ଏହି ମଲ୍ଟିସିଟି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜି ହୋଟେଲ୍ ସୁର୍ଯ୍ୟାଂଶଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପର୍ସେପ୍ଟ ଲାଇଭ୍ର ଅଭିଷେକ ଜାନା, ମ୍ୟାଜିକ ମୁମେଣ୍ଟ୍ସ୍ର ପଲ୍ଲବୀ କପୁର, ଡ୍ରିମ୍ କ୍ରାଫ୍ଟ ଇଭେଣ୍ଟ୍ସ୍ର ଅଙ୍କିତ ମହାନ୍ତି, ପ୍ରଣୟ ପ୍ରଧାନ ଓ ସନ୍ତୋଷ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଏହି ସୂଚନା ଦେଇଥିଲେ। ଏହି ଲାଇଭ୍ କନ୍ସର୍ଟ ପାଇଁ ଆଗ୍ରହୀ ଶ୍ରୋତାମାନେ bookmyshow.comକୁ ଯାଇ ଟିକେଟ ବୁକ୍ କରିପାରିବେ।
୨୭ରେ ଆସୁଛନ୍ତି ପପ୍ ସିଙ୍ଗର୍ ଗୁରୁ ରନ୍ଧାଓ୍ଵା
/sambad/media/post_attachments/wp-content/uploads/2018/05/guru-randhawa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)