ଷ୍ଟିଙ୍ଗ୍‌ ଅପ‌ରେସନ୍‌ ବେଳେ ପୋର୍ଟାଲ୍‌ ସାମ୍ବାଦିକାଙ୍କୁ ଅସଦାଚରଣ, ବାର୍‌ ପକ୍ଷରୁ ବି ପାଲଟା ଅଭିଯୋଗ

ଚନ୍ଦ୍ରଶେଖରପୁର: ଗତକାଲି ବିଳମ୍ବିତ ରାତିରେ ବେଆଇନ ଭାବେ ଖୋଲା ଥିବା ଏକ ବାର୍‌ରେ ଷ୍ଟିଙ୍ଗ୍‌ ଅପରେସନ୍‌ କରୁଥିବା ଜଣେ ପୋର୍ଟାଲ୍‌ ସାମ୍ବାଦିକା ସୁରକ୍ଷାକର୍ମୀଙ୍କ ଦ୍ବାରା ଅସଦାଚରଣର ଶିକାର ହୋଇଛନ୍ତି। ଏନେଇ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି। ତେବେ ବାର୍‌ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ କରାଯାଇଛି।

ବାର୍‌ ବନ୍ଦ ଥିବା ବେଳେ ସାମ୍ବାଦିକା ଓ ତାଙ୍କ ପୁରୁଷ ବନ୍ଧୁ ମଦ ପିଇବା ପାଇଁ ଗଣ୍ଡଗୋଳ କରିଥିଲେ ବୋଲି ଥାନାରେ ଅଭିଯୋଗ ହୋଇଛି। ପୁଲିସ ଦୁଇ ପକ୍ଷରୁ ଅଭିଯୋଗ ଗ୍ରହଣ କରି ତଦନ୍ତ ଜାରି ରଖିଛି। ସାମ୍ବାଦିକାଙ୍କ ଅଭିଯୋଗ ଅନୁସାରେ ନୀଳାଦ୍ରିବିହାର ଅଞ୍ଚଳର ଏହି ବାର୍‌ରେ ଲୁଚାଚୋରା ବେପାର ଚାଲିଥିଲା। ତେଣୁ ସେ ପେନ୍ କ୍ୟାମେରା ଦ୍ବାରା ଏହି ଚୋରା କାରବାରର ଭିଡିଓ ସୁଟ୍‌ କରୁଥିଲେ। କୌଣସିମ‌ତେ ବାର୍‌ରେ ନିଯୁକ୍ତ ବାଉଁସର୍‌ମାନେ ଏହା ଜାଣିପାରି ତାଙ୍କୁ ଅସଦାଚରଣ କରିଥିଲେ। ଅନ୍ୟ ପକ୍ଷରେ ବାର୍ ପକ୍ଷରୁ ମଧ୍ୟ ପାଲଟା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର