ଭୁବନେଶ୍ୱର: ଆଜି ଭୁବନେଶ୍ୱର ପୋକ୍ସୋ କୋର୍ଟରେ ଐତିହାସିକ ରାୟ ପ୍ରକାଶ ପାଇଛି। ଅଦାଲତ ଗୋଟିଏ ଦିନରେ ଦୁଇଟି ପୃଥକପୃଥକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ବିଚାରପତି ମାନ୍ୟବର ଦାମୋଦର ରଥ ୩ ଅଭିଯୁକ୍ତଙ୍କୁ ଦଣ୍ଡବିଧାନ କରିଛନ୍ତି। ଖଣ୍ଡଗିରି ଥାନା ଅଞ୍ଚଳରେ ଘଟିଥିବା ଏହି ଦୁଇଟି ବହୁ ଚର୍ଚିତ ଦୁଷ୍କର୍ମ ମାମଲାରେ ରାୟ ୪ବର୍ଷ ମଧ୍ୟରେ ପ୍ରକାଶ ପାଇଛି। ୨୦୧୫ ମସିହାର ଘଟଣା। କୋଳଥିଆ ଅଞ୍ଚଳର କବି ଦାସ ନାମକ ଜଣେ ଯୁବକ ନିଜ ଭାଣିଜୀକୁ ଦୁଷ୍କର୍ମ କରିଥିଲା। ଭାଣିଜୀକୁ ଦୁଷ୍କର୍ମ କରିବା ପରେ ସବୁ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିଥିଲା କବି ଦାସର ପତ୍ନୀ ରଶ୍ମିତା ଦାସ। ଏନେଇ ମହିଳା ଥାନାରେ ଅଭିଯୋଗ ହେବା ପରେ ପୁଲିସ କବି ଓ ତାର ପତ୍ନୀ ରଶ୍ମିତାକୁ ଗିରଫ କରିଥିଲା। ପରେ ଏହି ମାମଲାର ଶୁଣାଣି ପୋକ୍ସୋ କୋର୍ଟରେ ଆରମ୍ଭ ହୋଇଥିଲା। କୋର୍ଟ ଆଜି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି କବିକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ, ୫ହଜାର ଟଙ୍କା ଜରିମାନା କରିଛନ୍ତି। ସେହିପରି ପ୍ରମାଣ ନଷ୍ଟ କରିବା ଉଦ୍ୟମ ଅଭିଯୋଗରେ କୋର୍ଟ ରଶ୍ମିତାଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡ, ୧ ହଜାର ଟଙ୍କା ଜରିମାନା ନିର୍ଦେଶ ଦେଇଛନ୍ତି। ସେହିପରି ଅନ୍ୟ ଏକ ଘଟଣା ୨୦୧୪ରେ ଭରତପୁର ସତ୍ୟନଗର ବସ୍ତିରେ ଘଟିଥିଲା। ଜଣେ ୬୦ ବର୍ଷର ବୃଦ୍ଧ ସନ୍ତୋଷ କୁମାର ଦାସ ତାର ପଡ଼ୋଶୀ ଘରର ୭ ବର୍ଷର ଝିଅକୁ ଏକ ପରିତ୍ୟକ୍ତ ଘରେ ଦୁଷ୍କର୍ମ କରିଥିଲା। ମହିଳା ଥାନା ପୁଲିସ ସନ୍ତୋଷକୁ ଗିରଫ କରିଥିଲା। ପରେ ଏହି ମାମଲାର ଶୁଣାଣି ପୋକ୍ସୋ କୋର୍ଟରେ ଆରମ୍ଭ ହୋଇଥିଲା। କୋର୍ଟ ଆଜି ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ସନ୍ତୋଷକୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ଓ ୫ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁଏହି ମାମଲା ପରିଚାଳନା କରୁଥିଲେ ବରିଷ୍ଠ ଆଇନଜୀବୀ ତଥା ସ୍ୱତନ୍ତ୍ର ପିପି ସୁବ୍ରତ ପ୍ରିୟଦର୍ଶୀ।
ଦୁଇ ଦୁଷ୍କର୍ମ ମାମଲାରେ ୩ ଜଣଙ୍କୁ ଦଣ୍ଡାଦେଶ
ପୋକ୍ସୋ କୋର୍ଟର ଐତିହାସିକ ରାୟ
/sambad/media/post_attachments/wp-content/uploads/2017/11/judgement-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)