ପକ୍ଷୀଙ୍କ ପାଇଁ ପାଣି ପାତ୍ର ବାନ୍ଧିଲା ଶତାକ୍ଷୀ ମହିଳା ସଂଗଠନ

ଭୁବନେଶ୍ବର: ଶତାକ୍ଷୀ ମହିଳା ସଂଗଠନ ପକ୍ଷରୁ ନିଆରା ଢଙ୍ଗରେ ପାଳିତ ହୋଇଛି ପଣା ସଂକ୍ରାନ୍ତି। ରୌଦ୍ରତାପ‌ ଯୋଗୁଁ କଲବଲ ହେଉଥିବା ପକ୍ଷୀମାନଙ୍କ ନିମନ୍ତେ ଗଛରେ ପାଣି ପାତ୍ର ବାନ୍ଧି ଏକ ନୂଆ ଅଭିଯାନ ଆରମ୍ଭ କରିଛି ଏହି ସଂଗଠନ। ଗତବର୍ଷ ଏପରି କାମ କରି ସଫଳତା ଅର୍ଜନ କରିବା ପରେ ଚଳିତ ବର୍ଷ ମଧ୍ୟ ସଂଗଠନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ କଳିଙ୍ଗ ନଗର କେ-୪ ଅଞ୍ଚଳରେ କିଛି ଗଛରେ ପକ୍ଷୀଙ୍କ ପାଇଁ ୨୦ଟି ପାଣି ପାତ୍ର ବନ୍ଧା ଯାଇଛି। ଏହି ଅଭିନବ କାର୍ଯ୍ୟକ୍ରମକୁ ପରିବେଶବିତ୍‌ ରଘୁନାଥ ପୃଷ୍ଟି, ୟୁଥ୍‌ ଫର୍‌ ସେବାର ରାଜ୍ୟ ସଂଯୋଜକ ସୁବ୍ରତ କୁମାର ପଟ୍ଟନାୟକ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଶତାକ୍ଷୀ ମହିଳା ସଂଗଠନର ସଭାପତି ସବିତାରାଣୀ ପୃଷ୍ଟି, ସମ୍ପାଦିକା ମମତା ବିଶ୍ବାଳ ଏବଂ ଅନ୍ୟ ସଦସ୍ୟାବୃନ୍ଦ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର