ପାଓ୍ଵାର ଇଂଜିନିୟରଙ୍କ ଇଂଜିନିୟର୍ସ ଦିବସ ପାଳନ

ଭୁବନେଶ୍ୱର: ଭାରତରତ୍ନ ଇଂଜିନିୟର ମୋକ୍ଷଗୁଣ୍ଡମ୍‌ ବିଶ୍ୱସ୍ୱରାୟଙ୍କ ଜନ୍ମ ଦିବସ ଉପଲକ୍ଷେ ଆଜି ସ୍ଥାନୀୟ ଇଂଜିନିୟର୍ସ ସଭାଗୃହରେ ପାଓ୍ଵାର ଇଂଜିନିୟରମାନଙ୍କ ଦ୍ୱାରା ଇଂଜିନିୟର୍ସ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସେସୁ, ଓପିଟିସିଏଲ୍‌ ଓ ଗ୍ରୀଡ୍‌କୋର ଯନ୍ତ୍ରୀମାନେ ସ୍ୱର୍ଗତ ବିଶ୍ୱସ୍ୱରାୟଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଅଲ୍‌ ଓଡ଼ିଶା ପାଓ୍ଵାର ଇଂଜିନିୟର୍ସ ଫେଡେରେସନ୍‌ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫେଡେରେସନ୍‌ର ଅଧ୍ୟକ୍ଷ ବିଶ୍ୱରଞ୍ଜନ ମିଶ୍ର ଅଧ୍ୟକ୍ଷତା କରିଥିଲେ। ମହାସଚିବ ବ୍ରହ୍ମ ପ୍ରକାଶ ପାଇଟାଳ ସ୍ୱାଗତ ଭାଷଣ ଦେଇଥିଲେ। ଏଥିରେ ଇଂଜିନିୟର ପ୍ରଶାନ୍ତ ପଟ୍ଟନାୟକ, ଚିତ୍ତରଞ୍ଜନ ଦେବତା, ପ୍ରଦୀପ୍ତ କୁମାର ସାହୁ, ନିମାଇଁ ଚରଣ ସ୍ୱାଇଁ, ସୁକାନ୍ତ ସ୍ୱାଇଁ, ସସ୍ମିତା ପାଟଯୋଶୀ, ସମରଜିତ ମହାପାତ୍ର, ଅମୀୟ କୁମାର ମହାନ୍ତି, ତନ୍ମୟ ରଞ୍ଜନ ମିଶ୍ର ଓ ନିହାର ରାୟ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର