ଏକାମ୍ରରେ ବିଜେଡିର ଶକ୍ତି ପ୍ରଦର୍ଶନ

ଭୁବନେଶ୍ବର: ଏକାମ୍ର ଭୁବନେଶ୍ବର ନିର୍ବାଚନମଣ୍ଡଳୀରେ ବିଜେଡି ଆଜି ଶକ୍ତି ପ୍ରଦର୍ଶନ କରିଛି। ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ବରେ ବିଶାଳ ରୋଡ୍ ସୋ’ ୧୦ଟି ୱାର୍ଡରେ ଆୟୋଜନ କରାଯାଇଥିଲା।

ବିଧାୟକଙ୍କ ସହ ବିଜେଡି ମେୟର ପ୍ରାର୍ଥୀ ସୁଲୋଚନା ଦାସ ଉପସ୍ଥିତ ଥିଲେ। ଉଭୟ ପୂର୍ବାହ୍ନରେ ୪୯ ନମ୍ବରୟ ୱାର୍ଡର ଆଇଗିଣିଆରୁ ପ୍ରଚାର ଆରମ୍ଭ କରିଥିଲେ। ଏହା ପରେ ଘାଟିକିଆ, ବରମୁଣ୍ଡା ହଉସିଂବୋର୍ଡ, ବରମୁଣ୍ଡା ଗ୍ରାମରେ ଶୋଭାଯାତ୍ରା କରିଥିଲେ। ଅପରାହ୍‌ଣରେ ନାଗେଶ୍ବରଟାଙ୍ଗୀ, ବିଜେବି ନଗର, ମାଇଁଷାଖାଲ, ବ୍ରହ୍ମେଶ୍ବରପାଟଣା, ପାଣ୍ଡବ ନଗର, ବଡ଼ଗଡ଼ ବ୍ରିଟ୍‌ କଲୋନି, ବଡ଼ଗଡ଼ ଗ୍ରାମ, ଚିନ୍ତାମଣିଶ୍ବର ପ୍ରଭୃତି ଅଞ୍ଚଳ ବୁଲିଥିଲେ। ମେୟର୍‌ ପ୍ରାର୍ଥୀ ଶ୍ରୀମତୀ ଦାସଙ୍କ ସମେତ ୪୯ର ବିଜେଡି ପ୍ରାର୍ଥୀ ସଂଯୁକ୍ତା ସୁନ୍ଦରାୟ, ୨୩ର କିରଣବାଳା ମାଝୀ, ୨୪ର ପ୍ରତାପ ସାହୁ, ୫୦ର ସୁଜିତ ସ୍ବାଇଁ, ୫୫ର ନୃପେଶ କୁମାର ନାୟକ, ୫୬ର କେ. ଶାନ୍ତି, ୫୭ର ସନ୍ତୋଷ କୁମାର ସିଂହ, ୫୮ର ପୁଷ୍ପା ଦାସ, ୪୪ର ଅଜିତ ବେହେରା ଓ ୪୫ର ଅମରେଶ ଜେନାଙ୍କୁ ଭୋଟ୍ ଦେବାକୁ ବିଧାୟକ ନିବେଦନ କରିଥିଲେ। ଆଜି ବିଜେଡିର ଏହି ରୋଡ୍ ସୋ’ ପାଇଁ ଏକାମ୍ର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ରାସ୍ତା ଜାମ୍ ହୋଇଯାଇଥିଲା। ହଜାର ହଜାର ଦଳୀୟ କର୍ମୀ ଏଥିରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର