‌ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ରାଜ୍ୟସ୍ତରୀୟ ଜୟନ୍ତୀ, ସ୍ବାଧୀନତା ସ˚ଗ୍ରାମର ମୂଳଦୁଆ ପକାଇଥିଲେ ଜୟୀ ରାଜଗୁରୁ

ଭୁବନେଶ୍ବର: ସୂଚନା ଓ ଲୋକସ˚ପର୍କ ବିଭାଗ ଏବ˚ ସହିଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ମିଳିତ ଆନୁକୂଲ୍ୟରେ ସହିଦ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ଜୟଦେବ ଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ, ୧୮୦୪ ମସିହାରେ ଜୟୀ ରାଜଗୁରୁଙ୍କ ନେତୃତ୍ବରେ ଇ˚ରେଜ ଶାସନ ବିରୋଧରେ ସ˚ଘଟିତ ପାଇକ ବିଦ୍ରୋହ ଓଡ଼ିଶାରେ ସ୍ବାଧୀନତା ସ˚ଗ୍ରାମର ମୂଳଦୁଆ ପକାଇଥିଲା। ତାଙ୍କ ବଳିଦାନକୁ ସ୍ମରଣ କରି ଆମେ ଦେଶର ପ୍ରଗତି ପାଇଁ ସଂକଳ୍ପବଦ୍ଧ ହେବାକୁ ମନ୍ତ୍ରୀ ଶ୍ରୀ ଦାସ ଆହ୍ବାନ ଦେଇଥିଲେ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଇତିହାସ ବିଭାଗର ଅବସରପ୍ରାପ୍ତ ପ୍ରଫେସର୍‌ ରାମଚନ୍ଦ୍ର ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ବରପୁତ୍ରଙ୍କ ଜୀବନୀ, ରାଜ ଭକ୍ତି ଓ ସ˚ଗ୍ରାମ ବିଷୟରେ ଆଲୋଚନା କରିଥିଲେ। ସେହିପରି ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସହିଦ ରାଜଗୁରୁଙ୍କ ସାଲିସ୍‌ବିହୀନ ସ˚ଗ୍ରାମ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରରେ କରାଯାଇଥିବା ପ୍ରତିଯୋଗିତାର କୃତି ପ୍ରତୀଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଦୀପ୍ତିମୟୀ ମହାପାତ୍ର କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ। ସହିଦ ଜୟୀ ରାଜଗୁରୁ ସ୍ମୃତି ପରିଷଦର ସ˚ପାଦକ ଜଟାଧାରୀ ମିଶ୍ର ଧନ୍ୟବାଦ ଦେଇଥିଲେ। ପରେପରେ କୋଣାର୍କ ଶୋଭନୀୟ ଶିକ୍ଷାଶ୍ରମ ଅନୁଷ୍ଠାନ ତରଫରୁ ସା˚ସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ଏହି ଅବସରରେ ସକାଳ ୮ଟାରେ ଏଜି ଛକସ୍ଥିତ ଜୟୀ ରାଜଗୁରୁଙ୍କ ପ୍ରତିମୂତ୍ତିରେ ବିଶିଷ୍ଟ ବ୍ୟକ୍ତିମାନେ ମାଲ୍ୟାର୍ପଣ କରିଥିଲେ। ପରେ ପରେ ସହିଦ ଜୟୀ ରାଜଗୁରୁଙ୍କ ସ୍ମୃତିରେ ସ˚କୀର୍ତନ ପଦଯାତ୍ରା ଓ ପାଇକ ଆଖଡ଼ା ପ୍ରଦର୍ଶନ କରାଯାଇଥିଲା। ସେହିପରି ପୂର୍ବାହ୍ନରେ ଜୟଦେବ ଭବନଠାରେ ଜୟୀ ରାଜଗୁରୁଙ୍କ ଜୀବନୀ ଓ କାର୍ଯ୍ୟାବଳୀ ସମ୍ପର୍କିତ ଆଲୋଚନାଚକ୍ର ଅନୁ‌ଷ୍ଠିତ ହୋଇଥିଲା। ପୁରୀ ଗଜପତି ମହାରାଜା ଦିବ୍ୟସି˚ହ ଦେବ ଏହାକୁ ଉଦ୍‌ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ର˚ଜନ ଦାଶ ଯୋଗଦେଇ ମତ ରଖିଥିଲେ। ଏହି ଆଲୋଚନାଚକ୍ରରେ ବହୁ ବକ୍ତା, ଐତିହାସିକ ଯୋଗଦେଇ ଜୟୀ ରାଜଗୁରୁଙ୍କ ସ˚ଗ୍ରାମ ଓ ବଳିଦାନ ସ˚ପର୍କରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର