ଢେର୍ ଦିନ ପରେ ଓଡ଼ିଆ ଚଳଚ୍ଚିତ୍ରରେ ସସ୍ପେନ୍ସ ଥ୍ରିଲରର ଅନୁଭବ ସାଉଁଟିଛନ୍ତି ଦର୍ଶକ। ଆଜି ମୁକ୍ତିଲାଭ କରିଥିବା ଓଡ଼ିଆ ଚଳଚ୍ଚିତ୍ର ‘ଅଦୃଶ୍ୟମ’ର କାହାଣୀ ଦର୍ଶକଙ୍କ ମଧ୍ୟରେ ରୋମାଞ୍ଚ ଭରିଛି। ଚଳଚ୍ଚିତ୍ରରେ ସମସ୍ତ ଚରିତ୍ରଙ୍କ ବାସ୍ତବଧର୍ମୀ ଅଭିନୟ ମନ ଜିଣିବାରେ ସଫଳ ହୋଇଛି। ଏସ୍ -୩, ଲାବଣ୍ୟ, ଡିକେଏଫ୍ ଓ ମଞ୍ଜରୀ ବ୍ୟାନରରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ଜଣାଶୁଣା ଅଭିନେତା ସମରେଶ ରାଉତରାୟ, ସମ୍ବିତ ଓ ବୁଲୁ ପ୍ରଯୋଜନା କ୍ଷେତ୍ରକୁ ଓହ୍ଲାଇଛନ୍ତି। ବିଭିନ୍ନ ନିର୍ଦେଶକଙ୍କ ସହ ଦୀର୍ଘବର୍ଷ ସହାୟକ ନିର୍ଦେଶକ ଭାବେ କାମ କରିବା ପରେ ନିଜର ଅଭିଜ୍ଞତାକୁ ଏହି ଚଳଚ୍ଚିତ୍ରରେ ବିନିଯୋଗ କରିଛନ୍ତି ଯୁବ ନିର୍ଦେଶକ ରାଜେନ୍ଦ୍ର ମହାନ୍ତ।
ଆଜି ଏସ୍ପ୍ଲାନେଡ୍ର ସିନେପଲିସରେ ‘ଅଦୃଶ୍ୟମ’ର ପ୍ରିମିୟର ଅନୁଷ୍ଠିତ ହୋଇଥିଲା। ଏହି ଚଳଚ୍ଚିତ୍ରରେ ସାନୁ, ଅଙ୍କିତା, ଲିପ୍ସା, ସମରେଶ, ପୁଷ୍ପା ପଣ୍ଡା, ଅଶୋକ ଦାସ, ଚିତ୍ତରଂଜନ ତ୍ରିପାଠୀ, ଚୌଧୁରୀ ଜୟପ୍ରକାଶ ଦାସ, ଅଶ୍ବିନୀ ତ୍ରିପାଠୀଙ୍କ ଭଳି କଳାକାରଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିଛି। ଏଥିରେ ନାୟକ ଦୃଷ୍ଟିହୀନ ଭୂମିକାରେ ଅଭିନୟ କରିଥିବା ବେଳେ କାହାଣୀ ଏଭଳି ଢଙ୍ଗରେ ଗତିଶୀଳ ହେଉଛି ଯେ କାହାଣୀର ଟ୍ବିଷ୍ଟ ଜାଣିବାକୁ ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କ ମଧ୍ୟରେ ଉତ୍ସୁକତା ଦେଖିବାକୁ ମିଳୁଛି। ସାଥିଆ... ଓ ଆଖି ଭିଜେ ନିଜ ଇଚ୍ଛାରେ.. ଭଳି ସଂଗୀତ ସୋସିଆଲ୍ ମିଡିଆରେ ଲୋକପ୍ରିୟ ହେବାରେ ଲାଗିଥିବା ବେଳେ ଦର୍ଶକ ମହଲରେ ବେଶ୍ ପ୍ରଶଂସା ମିଳିଛି।ବିଶ୍ବସ୍ବରୂପଙ୍କ ସଂଗୀତ ନିର୍ଦେଶନାରେ ଗୀତ ଓ ସଂଗୀତ ବଳିଷ୍ଠ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/sf54fs97498sf4g98sf74g89sf7g89sfgsssssssssssssssss.jpg)