ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନବୀନ ନିବାସରେ ଅବସରପ୍ରାପ୍ତ ପ୍ରଶାସକ ତଥା କଥାକାର ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡ଼ା’ର ଲୋକାର୍ପଣ କରିଛନ୍ତି। ଏଥିରେ ସ୍ଥାନ ପାଇଥିବା ଗପଗୁଡ଼ିକ ପୂର୍ବରୁ ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶ ପାଇ ବେଶ୍ ପାଠକୀୟ ଆଦୃତି ଲାଭ କରିଛି। ଏହି କାହାଣୀଗୁଡ଼ିକରେ ଗ୍ରାମ୍ୟ ଓ ସହରୀ ଜୀବନର ଦ୍ବନ୍ଦ୍ବ, ସାଧାରଣ ମଣିଷର ପୀଡ଼ା ଓ ପୁଲକ ସାଙ୍ଗକୁ ମାନବୀୟ ସମ୍ବେଦନାର ପରିପ୍ରକାଶ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କଥାକାର ଶ୍ରୀ ମହାପାତ୍ରଙ୍କୁ ଅଭିନନ୍ଦନ ଜଣାଇବା ସହ ପୁସ୍ତକଟିର ସଫଳତା କାମନା କରିଛନ୍ତି। ଏହି ପୁସ୍ତକଟିକୁ ‘ପେନ୍ ଇନ୍ ବୁକ୍ସ’ ପକ୍ଷରୁ ପ୍ରକାଶ କରାଯାଇଛି। ଆସନ୍ତାକାଲିଠାରୁ ଏହା ଆମାଜନ୍ରେ ଉପଲବ୍ଧ ହେବ ବୋଲି ପେନ୍ ଇନ୍ ବୁକ୍ସର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି।
ପ୍ରଦୀପ୍ତ ମହାପାତ୍ରଙ୍କ ଗଳ୍ପ ସଂକଳନ ‘ମାଟି ଘୋଡ଼ା’ ଲୋକାର୍ପିତ
/sambad/media/post_attachments/wp-content/uploads/2021/07/5f456h4sf56h456fshfshfshshffshfshsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)