ଜୟଦେବ ଗାଁ ସାଥୀ ସଂଘର ସ୍ବାଭିମାନ ଦିବସରେ ଡ. ପ୍ରଫୁଲ ତ୍ରିପାଠୀଙ୍କ ଜନ୍ମ ଜୟନ୍ତୀ ପାଳିତ

ବାଲିଅନ୍ତା: ସ୍ଥାନୀୟ ଭିଙ୍ଗାରପୁର ପଞ୍ଚାୟତ ସଭାଗୃହରେ ଆଜି ଜୟଦେବ ଗାଁ ସାଥୀ ସଂଘର ସ୍ବାଭିମାନ ଦିବସ ଅବସରରେ ଗବେଷକ ଡ. ପ୍ରଫୁଲ ଚନ୍ଦ୍ର ତ୍ରିପାଠୀଙ୍କ ୮୦ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏନେଇ ଗାଁ ସାଥୀ ସଂଘର ଶତାଧିକ ଗ୍ରାମସାଥୀ ଉପସ୍ଥିତ ଥିଲେ ।

ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ସାମ୍ବାଦିକତା , କଳା , ସଂସ୍କୃତି ତଥା ଅନ୍ୟାନ୍ୟ କ୍ଷେତ୍ରରେ କୃତ୍ତିତ୍ବ ଅର୍ଜନ କରିଥିବା ବ୍ୟକ୍ତିବିଶେଷମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡ . ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ , ଶିକ୍ଷାବିତ ବିଧୁଭୂଷଣ ପଟ୍ଟନାୟକ , ନାରୀନେତ୍ରୀ ଜ୍ୟୋତ୍ସ୍ନାମୟୀ ପାତ୍ର , ସମାଜସେବୀ ଅନୁସୟା ମହାପାତ୍ର , ସରପଞ୍ଚ ଜୟଶ୍ରୀ ନାୟକ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆଦିକନ୍ଦ ବେହେରା ଓ ପ୍ରତାପଶାସନ କଲେଜର ଅଧ୍ୟକ୍ଷ ଡ . କାଳନ୍ଦୀ ଚରଣ ସାହୁ ପ୍ରମୁଖ ସମ୍ମାନୀତ ଅତିଥୀ ଭାବେ ଯୋଗ ଦେଇଥିଲେ ।

ସଂଘର ସଭାପତି ବିଜୟ କୁମାର ଭୋଇ ଅଧ୍ୟକ୍ଷତା କରିଥିଲେ । ସଂପାଦକ ଦିନବନ୍ଧୁ ଭୋଇ ଅତିଥୀମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଉପଲକ୍ଷେ ଗ୍ରାମସାଥୀମାନଙ୍କର ବହୁବିଧ ସମସ୍ୟା ସଂପର୍କରେ ଆଲୋଚନା ହୋଇଥିଲା । ଗ୍ରାମସାଥୀମାନଙ୍କୁ ସ୍ଥାୟୀ ନିଯୁକ୍ତ କରିବା ସହ ମାସକୁ ୫୦୦୦ ଟଙ୍କା ପ୍ରଦାନ କରିବା ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ଜରିଆରେ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା । ଏଥିସହିତ ଜନ୍ମଜୟନ୍ତୀ ଅବସରରେ ଗ୍ରାମସାଥୀ ସଂଘ ପକ୍ଷରୁ ତ୍ରିପାଠୀଙ୍କ ଦୀର୍ଘଜୀବନ କାମନା କରାଯାଇଥିଲା ।

ସମ୍ବନ୍ଧିତ ଖବର