ଭୁବନେଶ୍ବର : ପ୍ରଖ୍ୟାତ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ୮୦ତମ ଜୟନ୍ତୀ ଆସନ୍ତା ୧୬ ତାରିଖରେ ଅନୁଷ୍ଠିତ ହେବ। ଏହି ଅବସରରେ ୧୫ ଓ ୧୬ ତାରିଖ ସନ୍ଧ୍ୟା ୬ଟା ୧୫ରେ ସ୍ଥାନୀୟ ରବୀନ୍ଦ୍ର ମଣ୍ତପରେ ସଙ୍ଗୀତ କାର୍ଯ୍ୟକ୍ରମ ‘କମଳ ଦେଶ ରାଜକୁମାର’ ଆୟୋଜିତ ହେବ। ଏଥିରେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠ କଣ୍ଠଶିଳ୍ପୀମାନେ ସଙ୍ଗୀତ ପରିବେଷଣ କରିବେ। ପ୍ରଥମ ଦିନ ୧୫ ତାରିଖରେ ପ୍ରଣବ କିଶୋର ପଟ୍ଟନାୟକ, ଦେବାଶିଷ ମହାପାତ୍ର, ଗୀତା ଦାଶ, ମହାପ୍ରସାଦ କର ଓ ସାରିକା ସିଂହ (ମୁମ୍ବାଇ) ପ୍ରଫୁଲ୍ଲ ସଙ୍ଗୀତ ପରିବେଷଣ କରିବେ। ଦ୍ବିତୀୟ ଦିନେର ଦୁଃଖୀଶ୍ୟାମ ତ୍ରିପାଠୀ, ଟି ସୌରୀ, କୁମାର ବିଷ୍ଣୁ, ଶର୍ମିଳା ସିଂହ, ନାଜିଆ ଆଲାମ, ଅନ୍ତରା ଚକ୍ରବର୍ତ୍ତୀ, ଅନନ୍ୟା ଶ୍ରୀତମ ନନ୍ଦ ଓ ମହାପ୍ରସାଦ କର ସଙ୍ଗୀତ ପରିବେଷଣ କରିବେ। ଏହି ଅବସରରେ ପୂର୍ବରୁ ଆୟୋଜିତ ପ୍ରଫୁଲ୍ଲ ସଙ୍ଗୀତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସଙ୍ଗୀତପ୍ରେମୀ ଯୋଗ ଦେବାକୁ ଫାଉଣ୍ଡେସନ୍ର ଅଧ୍ୟକ୍ଷ ଦାଶ ବେନହୁର ନିବେଦନ କରିଛନ୍ତି।
ପ୍ରଫୁଲ୍ଲ କରଙ୍କ ଜୟନ୍ତୀ ଉତ୍ସବ ୧୫ରୁ
/sambad/media/post_attachments/wp-content/uploads/2019/02/Prafulla-kar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)