ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ବରପଦା କୁଞ୍ଜୁରୀର ବରପଦା ପାଲା କମିଟି ପ୍ରତିଷ୍ଠାତା ସଦସ୍ୟ ପ୍ରଫୁଲ୍ଲ କୁମାର ମହାରଥାଙ୍କ ପର‌ଲୋକ ହୋଇଯାଇଛି। ସ୍ବର୍ଗତ ମହାରଥା ପାଲା ସଂସ୍କୃତିକୁ ଓଡ଼ିଶାରେ ପ୍ରଚାର ପ୍ରସାର କରିବା ସହିତ ବିଭିନ୍ନ ସାହିତ୍ୟ ସଂସ୍କୃତି ସଂଗଠନ ସହିତ ଯୋଡ଼ିରହି ପାଲାଗାୟକ ମାନଙ୍କୁ ଉତ୍ସାହିତ କରି ଆସୁଥିଲେ।

Advertisment

ତାଙ୍କୁ ୭୫ ବର୍ଷ ହୋଇଥିଲା। ଶେଷ ସମୟରେ ସ୍ବର୍ଗତ ମହାରଥାଙ୍କ ନିକଟରେ ଭାଇ ବଳଦେବ, ଗଙ୍ଗେଶ୍ବର, ପ୍ରଭାତ, ଲଳିତ, ପବିତ୍ର, ଭଉଣୀ ପ୍ରତିମା, କୁନି, ଝୁଲା, ମୀରା, ହରପ୍ରିୟା, ଗୀତା, ନମିତା, ଅନ୍ନପୂର୍ଣ୍ଣା, ତପସ୍ୱିନୀ, ପୁଅ ଆଲୋକ, ମିଳନ, ଲିପୁ, ଲିଟୁ, ଝିଅ ସନ୍ଧ୍ୟା, ଉଷା ସମେତ ପରିବାରବର୍ଗ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।