ଭୁବନେଶ୍ୱର : ମା’ ତୁମେ ଜଗତର ସାହା ଭରସା..., ଅନ୍ତରେ କାନ୍ଦେ ବାହାରେ ହସେ ମୁଁ..., ଆଗୋ ବନହଂସୀ... ଆଦି ସଙ୍ଗୀତ ଭାସି ଆସୁଥିଲା ଜୟଦେବ ଭବନ ପ୍ରେକ୍ଷାଳୟରୁ। ଅବସର ଥିଲା ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ ୮୦ ତମ ଜନ୍ମ ଦିନ ଉପଲକ୍ଷେ ଆୟୋଜିତ ସଙ୍ଗୀତ କାର୍ଯ୍ୟକ୍ରମ ‘ପ୍ରଣବ ପ୍ରଣାମ’ର। ‘ସଂଭାବନା’ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମ ପ୍ରଣବଙ୍କ ମନଛୁଆଁ ଗୀତ ‘କେଉଁ ନାମ ଧରି ଡାକିବି ତୁମକୁ....’ରୁ ଆରମ୍ଭ ହୋଇଥିଲା। ଏହି ଅବସରରେ କଣ୍ଠଶିଳ୍ପୀ ସ୍ୱରୂପା ଚକ୍ରବର୍ତ୍ତୀଙ୍କୁ ‘ପ୍ରଣବ ପରମ୍ପରା ସମ୍ମାନ’ରେ ସମ୍ମାନିତ କରାଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ପଦ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଅଭିନେତା ପ୍ରଶାନ୍ତ ନନ୍ଦ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟ ଅତିଥିମାନଙ୍କ ମଧ୍ୟରେ ଶିଶୁ ସାହିତ୍ୟିକ ଦାଶ ବେନହୁର, ଆଡ୍ମାର୍କର ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର ଓ ଗତ ବର୍ଷର ଶ୍ରେଷ୍ଠ ଓଡ଼ିଆଣୀ ମଧୁସ୍ମିତା ଦାସ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରେମ ପ୍ରକାଶ ସିଂହ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ଦେବପ୍ରସାଦ ପରିଜା ଧନ୍ୟବାଦ ଜଣାଇଥିଲେ।
‘ସମ୍ଭାବନା’ ପକ୍ଷରୁ ପ୍ରଣବ ପ୍ରଣାମ : ଜନ୍ମଦିନରେ ମନଛୁଆଁ ପ୍ରଣବ ସଂଗୀତ
/sambad/media/post_attachments/wp-content/uploads/2018/01/pranab-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)