ପ୍ରଣବ ସଂଗୀତ ପ୍ରତିଯୋଗିତା ‘ପ୍ରଣବାଶିଷ’

ଭୁବନେଶ୍ୱର: ଓଡ଼ିଶାର କିମ୍ବଦନ୍ତୀ ଗାୟକ ପ୍ରଣବ କିଶୋର ପଟ୍ଟନାୟକଙ୍କ ଗୀତକୁ ନେଇ ‘ସଂଭାବନା’ ପକ୍ଷରୁ ଜୟଦେବ ଭବନରେ ଆୟୋଜିତ ହୋଇଥିଲା ସଂଗୀତ ପ୍ରତିଯୋଗିତା ‘ପ୍ରଣବାଶିଷ’। କାର୍ଯ୍ୟକ୍ରମରେ ୩ଟି ବିଭାଗରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀର ଊର୍ଧ୍ୱ ପ୍ରତିଯୋଗୀମାନେ ଅଂଶଗ୍ରହଣ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରଣବ କିଶୋର ପଟ୍ଟନାୟକ ଉପସ୍ଥିତ ଥିବା ବେଳେ ବିଚାରକ ଭାବେ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ, ସୌରଭ ନାୟକ, ନିମାକାନ୍ତ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ଅନୁଷ୍ଠାନର ସଂପାଦକ ଦେବ ପ୍ରସାଦ ପରିଜା ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ମୁଖ୍ୟ ସଂଯୋଜିକା ସ୍ମୃତି ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସର୍ବକନିଷ୍ଠ ବିଭାଗରେ ସୁଚିସ୍ମିତା ସାହୁ, କ୍ରିଷ୍ଣାକିରଣ ଦୀକ୍ଷିତ୍‌, ସିଦ୍ଧିସ୍ନା ବିନ୍ଧାଣୀ, କନିଷ୍ଠ ବିଭାଗର ସ୍ଥିତି ଶୁଭାକାଂକ୍ଷୀ, ଅଭିଜିତ ପାଢ଼ୀ, ଅଙ୍କିତା ଦାଶ ଏବଂ ବରିଷ୍ଠ ବିଭାଗରେ ସନ୍ଦୀପ ସୌମ୍ୟଶେଖର ମିଶ୍ର, ପ୍ରଭାସ କୁମାର ସାହାଣୀ ଓ ପ୍ରତିଭାପ୍ରୀତି ପଣ୍ଡା ପ୍ରଥମରୁ ତୃତୀୟ ସ୍ଥାନ ହାସଲ କରିଛନ୍ତି।
କୃତୀ ପ୍ରତିଯୋଗୀଙ୍କୁ ଆସନ୍ତା ୧୯ ଜାନୁଆରିରେ ଜୟଦେବ ଭବନଠାରେ ପ୍ରଣବ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର