ପ୍ରଣବ ସଙ୍ଗୀତ ପ୍ରତିଯୋଗିତା ‘ପ୍ରଣବାଶିଷ’

ଭୁବନେଶ୍ୱର: କିଂବଦନ୍ତି ଗାୟକ ପ୍ରଣବ କିଶୋର ପଟ୍ଟନାୟକ ଗାଇଥିବା ସଙ୍ଗୀତକୁ ନେଇ ସଂଭାବନା ପକ୍ଷରୁ ଜୟଦେବ ଭବନରେ ‘ପ୍ରଣବାଶିଷ’ ପ୍ରତିଯୋଗିତା ଆୟୋଜିତ ହୋଇଛି। ଏଥିରେ ଅତିଥି ଭାବେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ର ଓ ପ୍ରଣବ ପଟ୍ଟନାୟକଙ୍କ ଧର୍ମପତ୍ନୀ କସ୍ତୁରିକା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ପ୍ରତିଯୋଗୀମାନଙ୍କୁ ତିନୋଟି ବିଭାଗ କନିଷ୍ଠ, ବରିଷ୍ଠ ଓ ସର୍ବ ବରିଷ୍ଠ ବିଭାଗରେ ବିଭକ୍ତ କରାଯାଇଥିଲା।

କାର୍ଯ୍ୟକ୍ରମରେ ସଂଗୀତ ଶିଳ୍ପୀ ଅଧ୍ୟାପକ ନିମାକାନ୍ତ ରାଉତରାୟ, ହରପ୍ରିୟା ସ୍ୱାଇଁ, ତବଲା ବାଦକ ଅଜୟ କୁମାର ଚୌଧୁରୀ ପ୍ରମୁଖ ବିଚାରକ ଭାବେ ଉପସ୍ଥିତ ଥିଲେ। ସଂଭାବନାର ସମ୍ପାଦକ ଦେବ ପ୍ରସାଦ ପରିଜା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିବା ବେଳେ ଟ୍ରଷ୍ଟି ସ୍ମୃତି ମହାନ୍ତି ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର