ଭୁବନେଶ୍ୱର : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ପୂର୍ବତନ ଏକାଡେମିକ୍ ଅଫିସର ତଥା ଭୂଗୋଳ ବିଶେଷଜ୍ଞ ପ୍ରଭାକର ପ୍ରଧାନଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଏସ୍ସିବି ମେଡିକାଲରେ ମୃତ୍ୟୁ ସମୟରେ ସାନ ପୁଅ, ବୋହୂ, ସାନ ଭାଇ ଉପସ୍ଥିତ ଥିଲେ। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଭୂଗୋଳ ଶିକ୍ଷାର ପ୍ରଚାର, ପ୍ରସାର ଲାଗି ଶ୍ରୀ ପ୍ରଧାନ ଓଡ଼ିଆ ଭାଷାରେ ଦୁଇଟି ଏବଂ ଇଂରାଜୀ ଭାଷାରେ ଗୋଟିଏ ପୁସ୍ତକ ରଚନା କରିଛନ୍ତି। ତାଙ୍କ ମୃତ୍ୟୁରେ ଓଡ଼ିଶା ଜଣେ ବିଶିଷ୍ଟ ଭୂଗୋଳ ଶିକ୍ଷାବିତ୍ଙ୍କୁ ହରାଇଛି ବୋଲି ଭୂଗୋଳ ଶିକ୍ଷକ ସମିତିର ସମ୍ପାଦକ ଅମ୍ବିକା ପ୍ରସାଦ ଦାସ କହିଛନ୍ତି।
ବିଶିଷ୍ଟ ଶିକ୍ଷାବିିତ୍ଙ୍କ ପ୍ରଭାକର ପ୍ରଧାନଙ୍କ ପରଲୋକ
/sambad/media/post_attachments/wp-content/uploads/2017/11/pravakar-pradhan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)