ପ୍ରୟାସର ହୋଲି ଉତ୍ସବ

ଭୁବନେଶ୍ୱର: ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ପ୍ରୟାସ’ ପକ୍ଷରୁ ରାମମନ୍ଦିର ପରିସରରେ ହୋଲି ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ହାଣ୍ଡିଭଙ୍ଗା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉତ୍ସବକୁ ମେୟର ଅନନ୍ତ ନାରାୟଣ ଜେନା ଓ ବିଏସ୍‌ଏଫ୍‌ ଆଇଜି ଅଶ୍ୱିନୀ କୁମାର ଉଦ୍‌ଘାଟନ କରିଥିଲେ। ପ୍ରୟାସର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ବନ ମହାନ୍ତି, ପ୍ରୟାସର ଟ୍ରଷ୍ଟି ସଦସ୍ୟ କୌସ୍ତୁଭ ଦାସ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ମହାନ୍ତି, ପ୍ରମୋଦ ପଣ୍ଡା, ସନ୍ତୋଷ ଅଗ୍ରଓ୍ଵାଲ, ନାଟ୍ୟକାର ଲାଲା ବୀରେନ୍‌ ରାୟ, ଦୁର୍ଗା ସମାନ୍ତରାୟ, ବିଶ୍ୱଜିତ ସ୍ୱାଇଁ, ରତୀନ୍ଦ୍ର କୁମାର ସାହୁ, ସରଳା ନନ୍ଦ, ସୋନାଲି ପ୍ରିୟଦର୍ଶିନୀ, ସ୍ମିତା ବିଶ୍ୱା, ଦୀପିକା ମହାନ୍ତି, ଇନ୍ଦିରା ଦାସ, ନିରଞ୍ଜନ ସାହୁ ଓ କମଳ କୁମାର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ପାଖାପାଖି ୫୦୦ ପୁରୁଷ ଓ ମହିଳା ଅଂଶଗ୍ରହଣ କରିଥିଲେ। ମହିଳାମାନେ ଦହିହାଣ୍ଡିକୁ ଭାଙ୍ଗିଥିଲେ।

ସମ୍ବନ୍ଧିତ ଖବର