ଭୁବନେଶ୍ବର: ପୌର ନିର୍ବାଚନକୁ ନେଇ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଘଟିଥିବା ପ୍ରାକ୍ ନିର୍ବାଚନୀ ହିଂସା ମାମଲାରେ ଆଜି ପୁଲିସ ଉଭୟ ବିଜେଡି ଓ ବିଜେପି ନେତାଙ୍କ ଘରେ ଚଢ଼ଉ କରିଛି। କମିସନରେଟ୍ ପୁଲିସ ଝାରପଡ଼ା ଗାଁରେ ବିଜେଡି ଓ ବିଜେପି ନେତାଙ୍କ ଘରେ ଚଢ଼ଉ କରି ଉଭୟ ପକ୍ଷରୁ ୫ ଜଣଙ୍କୁ ଉଠାଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ସୂଚନା ମୁତାବକ ପୌର ନିର୍ବାଚନ ପ୍ରଚାର ଚାଲିଥିବା ବେଳେ ବିଜେଡି ଓ ବିଜେପିର ସମର୍ଥକମାନେ ଲକ୍ଷ୍ମୀସାଗର ଥାନା ସମ୍ମୁଖରେ ମୁହାଁମୁହିଁ ହୋଇଥିଲେ। ଏହି ଗଣ୍ଡଗୋଳରେ ଉଭୟ ପକ୍ଷରୁ ୮ରୁ ଅଧିକ ଆହତ ହୋଇଥିଲେ। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଥିଲା।
ଗଣ୍ଡଗୋଳ ବଢ଼ିବା ଆଶଙ୍କାରେ ପୁଲିସ ଉଭୟ ପକ୍ଷରୁ କେତେକ ସମର୍ଥକଙ୍କୁ ଗିରଫ କରିଥିଲା। ପୁଲିସର ଗିରଫଦାରୀକୁ ନେଇ ମଧ୍ୟ ଦୁଇ ଦଳର ସମର୍ଥକ ଓ ପୁଲିସ ମୁହାଁମୁହିଁ ହୋଇଥିଲେ। କଥା ଥାନା ଘେରାଉ ଓ ରାସ୍ତାରୋକ୍ ଭଳି ପ୍ରତିବାଦ ପର୍ଯ୍ୟନ୍ତ ଯାଇଥିଲା। ଏହା ପରେ ପୁଲିସ ନିରବ ରହିଥିଲା। କିନ୍ତୁ ଆଜି ନିର୍ବାଚନ ଫଳାଫଳ ଘୋଷଣା ହେବାର ଠିକ୍ ୩ ଦିନ ପରେ କମିସନରେଟ୍ ପୁଲିସ ପୁଣି ଏହି ମାମଲାକୁ ନେଇ ଚଢ଼ଉ କରିଛି। ୩ ପ୍ଲାଟୁନ୍ ପୁଲିସ ବଳ ସହ ଦୁଇ ଜଣ ଏସିପି, ୫ରୁ ଅଧିକ ଆଇଆଇସି ଦଳବଳ ଧରି ଉଭୟ ନେତାଙ୍କ ଘରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚଢ଼ଉ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/47-7.jpg)
