ହୋଲି ଖେଳ ପୂର୍ବର ସତର୍କତା

ବଡିଲୋସନ୍ ନୁହେଁ, ନଡ଼ିଆ ତେଲ ହୋଲି ଖେଳିବା ଖୁସିରେ ଲୋକେ ଚର୍ମର ଯତ୍ନ କଥା ଭୁଲିଯା’ନ୍ତି। ବଡିଲୋସନ ଲଗାଇ ହୋଲି ଖେଳନ୍ତି। କିନ୍ତୁ ଭୁଲିବା ଉଚିତ ନୁହେଁ ଯେ ଏହା ବିପଜ୍ଜନକ। ବଡିଲୋସନର କେମିକାଲ ଓ କେମିକାଲଯୁକ୍ତ ରଙ୍ଗ ଚର୍ମ ପାଇଁ ବଡ଼ କ୍ଷତିକାରକ ହୋଇଥାଏ। ବେଳେବେଳେ ଚର୍ମ ରୋଗ ସୃଷ୍ଟି ହୁଏ। କେବେ କେବେ ଦେହରେ ଫୋଟକା ହୋଇଯାଏ। ତେଣୁ ବଡିଲୋସନ ବଦଳରେ ଦେହରେ ନଡ଼ିଆ ତେଲ ଲଗାଇବା ଆବଶ୍ୟକ। ସେହିପରି ମୁଣ୍ଡର ଚୁଟି ପାଇଁ ମଧ୍ୟ ରଙ୍ଗ କ୍ଷତିକାରକ ହୋଇଥାଏ। କେମିକାଲ ରଙ୍ଗ ପାଇଁ ଚୁଟି ଛିଡ଼ିବା ଆରମ୍ଭ ହୁଏ। ତେଣୁ ଖେଳିବା ପୂର୍ବରୁ ମୁଣ୍ଡରେ କପଡ଼ା ବାନ୍ଧିବା ଉଚିତ।
ଡା. ସୌମ୍ୟରଞ୍ଜନ ବେହେରା, ଚର୍ମ ଓ ଚୁଟି ବିଶେଷଜ୍ଞ

TripSavvy

ଆଖି ପ୍ରତି ସାବଧାନ ରୁହନ୍ତୁ
ହୋଲି ଖେଳିବା ବେଳେ ଆଖି ପ୍ରତି ବେଶି ସାବଧାନ ରହିବା‌ ଦରକାର। ଆଖିରେ ଯେପରି କୌଣସି ରଙ୍ଗ କି ରଙ୍ଗ ମିଶା ପାଣି ନ ପଡ଼େ, ସେଥିପ୍ରତି ଧ୍ୟାନ ଦେବା ଜରୁରୀ। ‌ତେଣୁ ରଙ୍ଗ ଖେଳିବା ବେଳେ ଚଷମା ବ୍ୟବବହାର କରିବା ଦରକାର। ଆଖିରେ କିଛି ପଡ଼ିଲେ ଲୋକେ ପାଣି ଛାଟନ୍ତି। କିନ୍ତୁ ସେମିତି କରନ୍ତୁ ନାହିଁ। ଏହା ଦ୍ବାରା ଆଖିରେ ସଂକ୍ରମଣ ହୁଏ। ତେଣୁ ଆଖିରେ କିଛି ପଡ଼ିଲେ, ତୁରନ୍ତ ହାଲୁକା ସଫା କପଡ଼ାରେ ଯତ୍ନ ସହକ‌ାରେ ସେସବୁକୁ ବାହାର କରିବା ଦରକାର। ଆଖିରେ କଷ୍ଟ ଅନୁଭବ କଲେ, ତୁରନ୍ତ ଅବହେଳା ନକରି ଡାକ୍ତରଙ୍କୁ ଦେଖାଇବା ଆବଶ୍ୟକ। ଟିକିଏ ଅସାବଧାନ ହେଲେ ଦୃଷ୍ଟିଶକ୍ତି ହରାଇବାର ଆଶଙ୍କାକୁ ଏଡ଼ାଇ ହେବ ନାହିଁ।
ଡା. ଦେବାରତି ସାହା, ଚକ୍ଷୁ ବିଶେଷଜ୍ଞ

ସମ୍ବନ୍ଧିତ ଖବର