ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରିପେଡ୍ ଟ୍ୟାକ୍ସି ସେବା ଆରମ୍ଭ ହୋଇଛି। ଏଣିକି ବିମାନବନ୍ଦରରେ ଯାତ୍ରୀଙ୍କୁ ଟ୍ୟାକ୍ସି ଚାଳକଙ୍କ ଶୋଷଣର ଶିକାର ହେବାକୁ ପଡ଼ିବନି। ଯାତ୍ରୀମାନେ ବିମାନ୍ଦବନ୍ଦରରେ ଖୋଲାଯାଇଥିବା କାଉଣ୍ଟରରେ ଟ୍ୟାକ୍ସି ବୁକିଂ କରି ଗନ୍ତବ୍ୟସ୍ଥଳକୁ ଯାଇପାରିବେ। ଏଥିପାଇଁ ପ୍ରଥମ ୫କି.ମି. ପର୍ଯ୍ୟନ୍ତ ୨୧୦ଟଙ୍କା ଭଡ଼ା ରହିଛି। ଏହାପରେ କି.ମି. ପିଛି ଭଡ଼ା ଦେବାକୁ ପଡ଼ିବ। ବିମାନବନ୍ଦରରେ ପ୍ରିପେଡ୍ ଟ୍ୟାକ୍ସି ସେବା କମିସନରେଟ୍ ପୁଲିସ, ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ବିମାନବନ୍ଦର ଟ୍ୟାକ୍ସି ସଂଘ ପକ୍ଷରୁ ମିଳିତ ଭାବେ ଆରମ୍ଭ ହୋଇଛି। ଏହି ପ୍ରିପେଡ୍ ଟ୍ୟାକ୍ସି ସେବା ଟର୍ମିନାଲ-୧ରେ ଆରମ୍ଭ ହୋଇଛି। ଆଗାମୀ ଦିନରେ ଏହା ଟର୍ମିନାଲ-୨କୁ ସମ୍ପ୍ରସାରଣ ହେବ। ପୁଲିସ କମିସନର ସତ୍ୟଜିତ ମହାନ୍ତି ଏବଂ ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା ଏହାକୁ ଉଦ୍ଘାଟନ କରିଛନ୍ତି।
ବିମାନବନ୍ଦରରେ ଆରମ୍ଭ ହେଲା ପ୍ରିପେଡ୍ ଟ୍ୟାକ୍ସି ସେବା
/sambad/media/post_attachments/wp-content/uploads/2019/01/bhubaneswar.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)