ବିନ୍ଦୁସାଗର ବୋଇତ ବନ୍ଦାଣ ପାଇଁ ପ୍ରସ୍ତୁତି ବୈଠକ : ୮ ଜଣ ପାଇବେ ଏକାମ୍ର ସାଂସ୍କୃତିକ ସମ୍ମାନ

ଭୁବନେଶ୍ବର : ଭୁବନେଶ୍ବର ସାଂସ୍କୃତିକ ପରିଷଦ ପକ୍ଷରୁ ବିନ୍ଦୁସାଗର ବୋଇତ ବନ୍ଦାଣ ଉତ୍ସବ-୨୦୧୯ ଆୟୋଜନ କରାଯିବ। ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠାନର ସଭାପତି ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ସମାଜର ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ୬ ଜଣ ବ୍ୟକ୍ତି ଓ ଗୋଟିଏ ଅନୁଷ୍ଠାନକୁ ‘ଏକାମ୍ର ସାଂସ୍କୃତିକ ସମ୍ମାନ’ ପ୍ରଦାନ କରାଯିବ। ସମ୍ମାନିତ ହେବାକୁ ଥିବା ବ୍ୟକ୍ତି ଓ ସଂସ୍ଥା ହେଲେ ପିଆଇବିର ପୂର୍ବତନ ମହାନିର୍ଦ୍ଦେଶକ ଉମାକାନ୍ତ ମିଶ୍ର, କ୍ରିକେଟର୍‌ ଦୀପକ ମଙ୍ଗରାଜ, ୟୁ-ଟ୍ୟୁବ୍‌ରେ ପ୍ରସାରିତ ଉତ୍କଳ କାର୍ଟୁନ୍ ୱାର୍ଲଡ୍‌ର ନଟିଆ ଚରିତ୍ରର ନାୟକ ସୌମ୍ୟରଞ୍ଜନ ମହାନ୍ତି, ସମାଜସେବୀ ରମେଶ ଚନ୍ଦ୍ର ସାହୁ, ନମିତା ସାହୁ ଓ ଗୀତାଞ୍ଜଳି ପୂଜାପଣ୍ଡା, ଚିକିତ୍ସକ ଶାଳିନୀ କୋଠକୋଣ୍ଡା ଏବଂ ସାମାଜିକ ସଂଗଠନ ମିସିଂ ଫାଉଣ୍ଡେସନ୍‌। ପ୍ରସ୍ତୁତି ବୈଠକରେ ପରିଷଦର ସମ୍ପାଦକ ଦୀପକ ମହାପାତ୍ର, ଉପସଭାପତି ସମରେନ୍ଦ୍ର ସାହୁ, ସୁରେଶ ବାରିକ, ମନୋଜ ବେହେରା, ପ୍ରମୋଦ ମହାପାତ୍ର, ରାଜେନ୍ଦ୍ର ସମର୍ଥା, ବିରଞ୍ଚି ନାରାୟଣ ମହାସୂପକାର, ରଣଜିତ, ଜିତେନ୍ଦ୍ର କୁମାର ନନ୍ଦ ଓ ଚନ୍ଦ୍ରଶେଖର ମଲିଆ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର