ପୁରୁଣା ଭୁବନେଶ୍ବର: ଆସନ୍ତା ୨୧ତାରିଖରେ ମହା ଶିବରାତ୍ରି। ଶ୍ରୀଲିଙ୍ଗରାଜ ମନ୍ଦିରରେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ସେହିପରି ମନ୍ଦିର ସମ୍ମୁଖରେ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ମିଳିଥିବା ସୂଚନା ଅନୁଯାୟୀ ଓବିସିସି ପକ୍ଷରୁ ମନ୍ଦିର ସମ୍ମୁଖ ଦୁଇ ପାର୍ଶ୍ବ ଖାଲି ସ୍ଥାନରେ ଭକ୍ତଙ୍କ ପାଦଚଲା ରାସ୍ତା ପାଇଁ ପେଭର ବ୍ଲକ ପକାଯିବା କାମ ଆରମ୍ଭ ହୋଇଛି। ଶ୍ରୀଲିଙ୍ଗରାଜଙ୍କ ଚାହାଣି ମଣ୍ଡପଠାରୁ ସିଂହଦ୍ବାର ସମ୍ମୁଖ ଓ ସିଂହଦ୍ବାର ସମ୍ମୁଖରୁ ମହାକାଳ ମହାକାଳୀ ମନ୍ଦିର ପର୍ଯ୍ୟନ୍ତ ମଧ୍ୟ ଏହି କାମ ଆରମ୍ଭ ହୋଇଛି। ଏହା ଉଭୟ ପଟୁ ପ୍ରାୟ ୭୦ମିଟର ପର୍ଯ୍ୟନ୍ତ ବିଛାଯିବ। ମନ୍ଦିର ସିଂହଦ୍ବାର ସମ୍ମୁଖ ରାସ୍ତା ବ୍ୟତୀତ ପୁରୁଣା ଥାନା ଥିବା ଜମି ଉପରେ ଆଉ ଏକ ରାସ୍ତା କରାଯିବ। ମହା ଶିବରାତ୍ରିରେ ଅଧିକ ଶ୍ରଦ୍ଧାଳୁ ଯିବା ଆସିବା କରିବା ସମ୍ଭାବନା ଥିବାରୁ ଅନ୍ୟ ଏକ ୨୦ଫୁଟ୍ର ଅସ୍ଥାୟୀ ରାସ୍ତା କରାଯିବ। ଏହି ରାସ୍ତା କଡ଼ରେ ଚେୟାର ପକାଯିବା ସହ ଷ୍ଟ୍ରିଟ୍ ଲାଇଟ୍ ଲଗାଯିବ ବୋଲି ଓବିସିସିର ଜଣେ ଅଧିକାରୀ କହିଛନ୍ତି। ସେହିପରି ମନ୍ଦିର ସମ୍ମୁଖ ଉଭୟ ପାର୍ଶ୍ବ ଖାଲିଥିବା ସ୍ଥାନରେ ଛାମୁଣ୍ଡିଆ କରାଯିବ। ଏହି ଅଞ୍ଚଳ ଚାରିପଟେ ବ୍ୟାରିକେଡ୍ କରାଯିବ। ଏଥିସହ ମନ୍ଦିର ପାଚେରି ହାଟ କଡ଼ରେ ଦକ୍ଷିଣ ଦ୍ବାର ପର୍ଯ୍ୟନ୍ତ ଓ ଉତ୍ତର ଚାହାଣି ମଣ୍ଡପ ନିକଟରେ ଉତ୍ତର ଦ୍ବାର ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯିବ। ଦେବୀ ପାଦହରା ପୁଷ୍କରିଣୀ ନିକଟରେ ଅସ୍ଥାୟୀ ଭଜନ ମଣ୍ଡପ କରାଯିବ ବୋଲି ଜଣାପଡ଼ିଛି। ବିଏମ୍ସି ପକ୍ଷରୁ ଏନେଇ ନିକଟରେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ କର୍ମକର୍ତାଙ୍କ ସହ ଆଲୋଚନା କରାଯିବ। ଦେବୀ ପାଦହରା ପୁଷ୍କରିଣୀ କଡ଼ ଚାହାଣି ମଣ୍ଡପ ନିକଟରେ ପୂର୍ବରୁ ପ୍ରାୟ ୪ଫୁଟ୍ ଖୋଳା ଯାଇଥିବା ସ୍ଥାନକୁ ମାଟି ପକାଯାଇ ସମତୁଲ କରାଯାଇଛି। ଏହା ଉପରେ ସିମେଣ୍ଟ ଟାଇଲ୍ ପଡ଼ିବ ବୋଲି ଜଣାପଡ଼ିଛି।
ମହାଶିବରାତ୍ରି ପ୍ରସ୍ତୁତି: ଭକ୍ତଙ୍କ ପାଇଁ ତିଆରି ହେଲା ପାଦଚଲା ରାସ୍ତା
ଦେବୀ ପାଦହରା ପୁଷ୍କରିଣୀ ନିକଟରେ ହେବ ଅସ୍ଥାୟୀ ଭଜନ ମଣ୍ଡପ
/sambad/media/post_attachments/wp-content/uploads/2020/02/cg45jdg987jdg98j798dg7j98dgjdgjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)