ରାବଣ ପୋଡି ପାଇଁ କମିସନରେଟ ପୁଲିସର ପ୍ରସ୍ତୁତି

ଭୁବନେଶ୍ୱର: ରାବଣ ପୋଡି ପାଇଁ ଭୁବନେଶ୍ବରରେ ୫ ପ୍ଲାଟୁନ ଫୋର୍ସ ମୁତୟନ ହେବ | ଏହା ସହ ରାବଣପୋଡି ପାଇଁ ୨୮ଟି ଗାଇଡ଼ଲାଇନ ରହିଛି | ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ ଏହି ସୂଚନା ଦେଇଛନ୍ତି | ସେ କହିଛନ୍ତି ଯେ ୧୦୦ ମିଟର ଜୋନ ଭିତରେ ଲୋକ ରହିବେ ନାହିଁ | ଲାଇସେନ୍ସପ୍ରାପ୍ତ ବାଣ ଦୋକାନୀଙ୍କଠାରୁ ବାଣ କିଣାଯାଇଥିବ | ସୁରକ୍ଷା ଦୃଷ୍ଟିକୋଣରୁ ବାରିକେଡ ର ବ୍ୟବସ୍ଥା କରାଯାଇଛି | ଭସାଣି ପାଇଁ ୧୭ରୁ ଉର୍ଦ୍ଧ୍ବ ପ୍ଲାଟୁନ ଫୋର୍ସ ମୁତୟନ ହେବେ |

ଭୁବନେଶ୍ୱରରେ ୩ଟି ଭସାଣି କମିଟି ରହିଛି | ସବୁ କମିଟି ପାଇଁ ସ୍ୱତନ୍ତ୍ର ରୁଟ ଲାଇନ ବ୍ୟବସ୍ଥା କରାଯାଇଛି | ଟ୍ରାଫିକ ନ ଉପୁଜିବା ପାଇଁ ଏହା ଉପରେ ଗୁରୁତ୍ୱ ଦିଆଯାଇଛି | ୩ ଜଣ ଅତିରିକ୍ତ ଡିସିପି ଭସାଣି ଦାୟିତ୍ୱରେ ରହିବେ | ୩୫ ଡିସିବେଲରୁ ଅଧିକ ଉଚ୍ଚ ସ୍ୱରରେ ଡିଜେ ବାଜିବ ନାହିଁ |

ସମ୍ବନ୍ଧିତ ଖବର