‘ଏକାମ୍ର ପୁସ୍ତକ ମହୋତ୍ସବ’ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି

ଭୁବନେଶ୍ୱର : ଆସନ୍ତା ୧୦ରୁ ସ୍ଥାନୀୟ ଜନତା ମଇଦାନଠାରେ ଆରମ୍ଭ ହେବାକୁ ଯାଉଛି ‘ଏକାମ୍ର ପୁସ୍ତକ ମହୋତ୍ସବ’। ଏହାକୁ ନିଆରା ଶୈଳୀରେ ଉପସ୍ଥାପନ ପାଇଁ ଏକାମ୍ର ପୁସ୍ତକ ମହୋତ୍ସବ କମିଟି ଦ୍ୱାରା ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିରେ ଶ୍ରୀଜଗନ୍ନାଥ ଷ୍ଟଲ୍‌ ସମେତ ବହୁ ଆଧ୍ୟାତ୍ମିକ ଷ୍ଟଲ୍‌ ପଡ଼ିବ। ୧୧ ତାରିଖରେ ଅନୁଷ୍ଠିତ ହେବାକୁ ସ୍ୱତନ୍ତ୍ର ସଭାରେ ସାହିତ୍ୟିକ ରମାକାନ୍ତ ରଥ, ବିଭୂତି ପଟ୍ଟନାୟକ, ରାମଚନ୍ଦ୍ର ବେହେରା ଓ ଗୌରହରି ଦାସଙ୍କ ସହ ୨ ଜଣ ପାଠକ/ପାଠିକାଙ୍କୁ ପୁରସ୍କୃତ କରାଯିବ। ‘ଭଲ ବହିର ବାସ୍ନା’ ଷ୍ଟଲ୍‌ରେ ରାଜ୍ୟର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ୨୫୦ ଜଣ ବ୍ୟକ୍ତିଙ୍କ ଦ୍ୱାରା ବଛାଯାଇଥିବା ପୁସ୍ତକର ପ୍ରଦର୍ଶନୀ ସହ ସ୍ୱାଧୀନତା ପ୍ରାପ୍ତିଠାରୁ ଆଜି ପର୍ଯ୍ୟନ୍ତ ବିଭିନ୍ନ ପ୍ରତିଷ୍ଠିତ ସଂସ୍ଥାମାନଙ୍କ ଦ୍ୱାରା ପୁରସ୍କୃତ ପୁସ୍ତକ ମଧ୍ୟ ଉପଲବ୍ଧ ହେବ। ପ୍ରତିଦିନ ଲଟେରି ମାଧ୍ୟମରେ ୨୦ଟି ପୁରସ୍କାର ପାଠକ/ପାଠିକାଙ୍କ ପାଇଁ ମୁଖ୍ୟ ଆକର୍ଷଣ ହେବ ବୋଲି ମହୋତ୍ସବର ସଭାପତି ପୀତବାସ ରାଉତରାୟ ଜଣାଇଛନ୍ତି। ଏଥିସହ ‘ବାରମାସୀ ବହିମେଳା’ ଷ୍ଟଲ୍‌ରେ ପ୍ରତ୍ୟେକ ଲେଖକ ସେମାନଙ୍କର ପ୍ରକାଶିତ ବହିର ବିବରଣୀ ଦେଇ ନୂତନ େଓ୍ଵବସାଇଟ୍‌ ମାଧ୍ୟମରେ ପଞ୍ଜୀକୃତ କରାଇପାରିବେ ବୋଲି ମହୋତ୍ସବର ଉପସଭାପତି ଅଭୟ କୁମାର ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର