ଭୁବନେଶ୍ବର : ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି। ଦ୍ବିତୀୟଥର ଲାଗି ପ୍ରଦର୍ଶନୀ ପଡ଼ିଆରେ ସ୍ବାଧୀନତା ଦିବସ ପରେଡ ଅନୁଷ୍ଠିତ ହେବ। ଏଥିଲାଗି ଜୋରଦାର ପ୍ରସ୍ତୁତି ଚାଲିଛି। ଆସନ୍ତାକାଲିଠାରୁ ରିହର୍ସାଲ ହେବ। ଏଥର ଓଏସଏପି, ଏସଏସବି,ଓଡ୍ରାଫ୍, ରିଜର୍ଭ ବାଟାଲିଅନ୍ ସହ ପୁଲିସ ବ୍ୟାଣ୍ଡ ଭାଗ ନେବେ। ୧୧ ଓ ୧୨ତାରିଖ ଅପରାହ୍ଣ ୩ଟା ଓ ୧୩ ତାରିଖ ସକାଳେ ରିହର୍ସାଲ ହେବ। ଏଥର ପ୍ରାୟ ୭୦ଜଣ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରାଯିବାର କାର୍ଯ୍ୟକ୍ରମ ରହିଛି। ଟ୍ରାଫିକ ଏସିପି ଓ ଅନ୍ୟ ଅଧିକାରୀମାନେ ଆଜି ଟ୍ରାଫିକ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି। ରାମମନ୍ଦିର ନିକଟ ଖାଓ ଗଳି ଓ କେଶରୀ ଟକିଜ୍ ପଛପାଖ ରାସ୍ତାକୁ ସିଲ୍ କରାଯିବ। ଅଗଷ୍ଟ ୧୫ରେ ସକାଳ ସାଢେ ୬ଟାରୁ କାର୍ଯ୍ୟକ୍ରମ ଶେଷ ହେବା ପର୍ଯ୍ୟନ୍ତ ଉଭୟ ରାସ୍ତାକୁ ସିଲ୍ କରାଯିବ। ଏହା ସହ ରାମମନ୍ଦିର- ହାଉସିଂ ବୋର୍ଡ ରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ଗଳିକୁ ମଧ୍ୟ ସିଲ୍ କରାଯିବ ବୋଲି ଜଣାପଡ଼ିଛି। ପାଖାପାଖି ୫୦ରୁ ଅଧିକ ଟ୍ରାଫିକ କର୍ମଚାରୀ ଓ ୭ ଜଣ ଅଧିକାରୀ ମୁତୟନ ରହିବେ।
ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ପ୍ରସ୍ତୁତି : ଆଜିଠୁ ରିହର୍ସାଲ, ସମ୍ମାନିତ ହେବେ କୋଭିଡ୍ ଯୋଦ୍ଧା
/sambad/media/post_attachments/wp-content/uploads/2020/07/indian-flag-story-size-647-081515021254-1565774222.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)