ଜେଇଇ ମେନ୍‌ ପରୀକ୍ଷା ପାଇଁ କମିସନରେଟ୍‌ ପୁଲିସ୍‌ର ପ୍ରସ୍ତୁତି

ଭୁବନେଶ୍ୱର : ଆସନ୍ତାକାଲି ଜେଇଇ ମେନ୍‌ ପ୍ରବେଶିକା ପରୀକ୍ଷା ଭୁବନେଶ୍ୱର ଓ କଟକର ବିଭିନ୍ନ କେନ୍ଦ୍ରରେ ଅନୁଷ୍ଠିତ ହେବ। ଏଥିପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ପ୍ରସ୍ତୁତି ବୈଠକରେ ସୁରକ୍ଷାକୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ବିଏମ୍‌ସିର ବରିଷ୍ଠ ଅଧିକାରୀ ଓ କଲେଜ କର୍ତ୍ତୃପକ୍ଷଙ୍କ ସହ ହୋଇଥିବା ଆଲୋଚନାରେ ରାଜଧାନୀର ୬ଟି ଓ କଟକର ଗୋଟିଏ ସେଣ୍ଟର୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସୂଚନା ଦିଆଯାଇଛି। ସେଣ୍ଟର୍‌ ବାହାରେ ପୁଲିସ୍‌ର କଡ଼ା ପହରା ରହିବା ସହ ଜଣେ ଏସିପି ଓ ଦୁଇଜଣ ଇନ୍ସପେକ୍ଟର୍‌ ଏହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବାକୁ ନିର୍ଦ୍ଦେଶ ହୋଇଛି। ସେଣ୍ଟର୍‌ ଭିତରେ ଓ ବାହାରେ ଯେଭଳି କୋଭିଡ୍‌ କଟକଣା ଶତପ୍ରତିଶତ ପାଳନ ହେବ, ତାହା ପୁଲିସ ନିଶ୍ଚିତ କରାଇବ। ସେଣ୍ଟର୍‌ ବାହାରେ ଅଭିଭାବକମାନେ ଭିଡ଼ ନକରିବାକୁ କୁହାଯାଇଛି। ସାନିଟାଇଜ୍ କରିବା ପାଇଁ ମଧ୍ୟ ଏକ ସ୍ୱତନ୍ତ୍ର ଟିମ୍ ରହିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର