ପୁରୁଣା ଭୁବନେଶ୍ୱର: ଆଜି ଆଜି ଅଁଳା ନବମୀ ଉପଲକ୍ଷେ ଶ୍ରଦ୍ଧାଳୁ ମାନଙ୍କ ଦ୍ୱାରା ଅଁଳା ବୃକ୍ଷ ପୂଜା କରାଯାଇଥିଲା। ଅନନ୍ତ ବାସୁଦେବ ମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିରରେ ଥିବା ଅଁଳା ବୃକ୍ଷକୁ ଶ୍ରଦ୍ଧାଳୁମାନେ ପୂଜା କରିଥିଲେ। ଏନେଇ ଆଜି ସକାଳୁ ମନ୍ଦିର ଭିତର ଅଁଳା ଗଛ ପାଖରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ମହିଳାମାନେ ଅଁଳା ଗଛ ପାଖରେ ମୁରୂଜ ପକାଇ ସାଲୁ କନା ବାନ୍ଧି ପୂଜାର୍ଚ୍ଚନା କରିଥିଲେ।
ଅନ୍ୟପକ୍ଷରେ ଏକାମ୍ର କ୍ଷେତ୍ରରେ ପଞ୍ଚୁକ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ପଞ୍ଚୁକ ପ୍ରଥମ ଦିନରେ ଭୋର ସମୟରେ ମଙ୍ଗଳ ଆଳତି ଓ ଅବକାଶ କରାଯିବା ପରେ ମନ୍ଦିର ପହୂଡ଼ ଖୋଲାଯିବ। ଦିନ ୧୧ଟା ପର୍ଯ୍ୟନ୍ତ ସାହାଣ ମେଲା ଦର୍ଶନ ହେବ। ସେହିପରି ପଞ୍ଚୁକରେ ହବଷ୍ୟାଳିମାନଙ୍କ ଦ୍ବାରା ସ୍ୱତନ୍ତ୍ର ଭାବେ ଲକ୍ଷ୍ମୀ ପୂଜା କରାଯିବ। ସକାଳେ ରାଧାକୃଷ୍ଣଙ୍କ ପୂଜା ପରେ ମା’ ଲକ୍ଷ୍ମୀଙ୍କ ପୂଜା କରାଯିବ ବୋଲି ହବିଷ୍ୟାଳିମାନେ କହିଛନ୍ତି। ସେପଟେ ପଞ୍ଚୁକରେ ଅବଢ଼ା ଚାହିଦା ଅଧିକ ଥିବାରୁ ଅଧିକ ପରିମାଣରେ ଅବଢ଼ା ରନ୍ଧା ଯିବା ପାଇଁ ସେବାୟତମାନେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ଶ୍ରୀ ଅନନ୍ତ ବାସୁଦେବ ମନ୍ଦିର ଓ ଶ୍ରୀ ଲିଙ୍ଗରାଜ ମନ୍ଦିରରେ ଅବଢ଼ା ଯଥେଷ୍ଟ ପରିମାଣରେ କରାଯିବ ବୋଲି ସୁଆର ସେବାୟତମାନେ କହିଛନ୍ତି। ମନ୍ଦିରରେ ଏହି ସମୟରେ ସନ୍ଧ୍ୟାରେ ଭିଡ଼ ଅଧିକ ହେବାର ଥିବାରୁ ଅଧିକ ପୁଲିସ ମୁତୟନ କରାଯିବ ବୋଲି ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/01/daggdgdzvcvcvc-2025-11-01-01-39-05.jpg)