ନୂଆଁଖାଇ ଭେଟଘାଟ୍ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଭୁବନେଶ୍ୱରଠାରେ ନୂଆଁଖାଇ ପରିବାର ତରଫରୁ ଆସନ୍ତା ସେପ୍ଟେମ୍ବର ୨୩ ତାରିଖରେ ହେବାକୁ ଥିବା ନୂଆଁଖାଇ ଭେଟଘାଟ୍ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଠାରେ ଇଷ୍ଟଦେବୀଙ୍କ ପାଖରେ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମର ପ୍ରଥମ ନିମନ୍ତ୍ରଣ ଦିଆଯିବା ସହ ଆଗାମୀ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଥିଲା।

ୟୁନିଟ୍ -୪ସ୍ଥିତ ଅଟଳଭବନଠାରେ ଅନୁଷ୍ଠିତ ଏହି ବୈଠକରେ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ପ୍ରବୋଧ ରଥ, ଶ୍ରୀମୟୀ ମିଶ୍ର, ପ୍ରେମାନିଧି ସେଠ, ଇନ୍ଦ୍ରମଣି ତ୍ରିପାଠୀ, ପଲ୍ଲବୀ ହୋତା, ଆଶିଷ ମିଶ୍ର, ପୁରନ୍ଦର ନନ୍ଦ, ଶୁଭାଶିଷ ମିଶ୍ର, ସଞ୍ଜୟ ତ୍ରିପାଠୀ, ସୁଜିତ କରଣ, ଦୁଃଖୀଶ୍ୟାମ ଭଞ୍ଜ, ପଙ୍କଜ ସାହୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ। ଏହି ଅବସରରେ ନୂଆଁଖାଇ ଭେଟଘାଟର ‘ନିମନ୍ତ୍ରଣ’ ଲୋକାର୍ପିତ କରାଯାଇ ପ୍ରଥମ ନିମନ୍ତ୍ରଣ ଇଷ୍ଟଦେବୀଙ୍କୁ ସମର୍ପିତ କରାଯାଇଥିଲା। ରାଜଧାନୀ ଭୁବନେଶ୍ଵରରେ ନୂଆଁଖାଇ ଭେଟଘାଟ ମାଧ୍ୟମରେ ଯେପରି ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଆଦିର ଯଥାର୍ଥ ପ୍ରତିନିଧିତ୍ଵ କରାଯାଇପାରିବ, ତାହା ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ସମ୍ବନ୍ଧିତ ଖବର