ଚନ୍ଦ୍ରଶେଖରପୁର: ଉତ୍ତର ଭୁବନେଶ୍ୱର ଭସାଣି କମିଟି ପକ୍ଷରୁ ଦୁର୍ଗାପୂଜା ଭସାଣି ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପଟିଆସ୍ଥିତ ଏକ ଘରୋଇ ମଣ୍ଡପରେ ଭସାଣି କମିଟି ସଂଯୋଜକ ସମରେନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ତଥା ସାଂସଦ ଅଚ୍ୟୁତ ସାମନ୍ତ, ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, ଡେପୁଟି ମେୟର ମଞ୍ଜୁଲତା କଅଁର, ଜୋନ-୬ ଏସିପି ରମେଶ ଚନ୍ଦ୍ର ବିଶୋଇ, ଭସାଣି କମିଟିର ଆବାହକ ମଧୁମାଧବ ଜେନା, କିଶୋର ଜେନା ପ୍ରମୁଖ ଯୋଗଦେଇ ଭସାଣି ମହୋତ୍ସବ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ସାଂସଦ, ବିଧାୟକ, ମେୟର, କର୍ପୋରେଟର, ୪ ଥାନା ଅଧିକାରୀଙ୍କୁ ଭସାଣି କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

Advertisment

ଏହି ବୈଠକରେ ୨୫ଟି ଦୁର୍ଗାପୂଜା କମିଟିର କର୍ମକର୍ତ୍ତା ଯୋଗଦେଇଥିଲେ। ଭସାଣି କମିଟିର ସନ୍ତୋଷ ମହାନ୍ତି, ପ୍ରଦୀପ ଜେନା, ପ୍ରଦୀପ ଦାସ, ସୁରେଶ ରଥ, ଭଗବାନ ଦାସ ଓ ଏଲପି ଟିମ୍‌ର ସଦସ୍ୟମାନେ ସହଯୋଗ କରିଥିଲା ବେଳେ କର୍ପୋରେଟର ମିହିର କୁମାର ରାଉତ ଧନ୍ୟବାଦ ଦେଇଥିଲେ।