ବିଶ୍ୱ କଲ୍ୟାଣ ଟ୍ରଷ୍ଟ ପକ୍ଷରୁ ରକ୍ତଦାନ ଶିବିର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ଆସନ୍ତା ୧୨ ତାରିଖରେ ବିଶ୍ୱ କଲ୍ୟାଣ ଟ୍ରଷ୍ଟ ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ସ୍ଥାନୀୟ ନୂଆଗାଁ (ସାମନ୍ତରାପୁର ପେଟ୍ରୋଲ ପମ୍ପ ନିକଟ)ସ୍ଥିତ ସେଣ୍ଟ ଜାଭିୟର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହେବ। ଏଥି ନିମନ୍ତେ ଏକ ପ୍ରସ୍ତୁତି ବୈଠକ ନୂଆଗାଁସ୍ଥିତ ଟ୍ରଷ୍ଟ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଟ୍ରଷ୍ଟ ପକ୍ଷରୁ କାଳୀକିଙ୍କର ମହାନ୍ତି, ସୂର୍ଯ୍ୟକାନ୍ତି ମହାନ୍ତି, ଗିରିଜା ନାୟକ, ସମୀର ଦାସ, ପ୍ରତିମା ଦାସମହାନ୍ତି, ରଂଜିତ ମହାନ୍ତି, ସସ୍ମିତା ମହାନ୍ତି ଓ ମାଗୁଣି ଦାଶ ଉପସ୍ଥିତ ରହି ରକ୍ତଦାନ ସଂପର୍କରେ ଆଲୋଚନା କରିବା ସହିତ ଆୟୋଜିତ ରକ୍ତଦାନ ଶିବିରର ସୁପରିଚାଳନା ନିମନ୍ତେ ବିଭିନ୍ନ କାର୍ଯ୍ୟଗୁଡ଼ିକୁ ସମସ୍ତଙ୍କ ମଧ୍ୟରେ ବଣ୍ଟନ କରିଥିଲେ। ଏହି ରକ୍ତଦାନ ଶିବିରରେ ଯୋଗଦାନ କରି ରକ୍ତଦାନ କରିବା ନିମନ୍ତେ ଟ୍ରଷ୍ଟ ପକ୍ଷରୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ଅଧିକ ଜାଣିବା ପାଇଁ ୭୦୦୮୮୬୭୨୩୪ କୁ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର