ପ୍ରେରଣା ପକ୍ଷରୁ ବିଶ୍ୱ ପରିବେଶ ଦିବସ

ଭୁବନେଶ୍ୱର: ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ପ୍ରେରଣା ପକ୍ଷରୁ ବିଶ୍ୱ ପରିବେଶ ଦିବସ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ସ୍କୁଲ ଓ କଲେଜରୁ ପ୍ରାୟ ୩୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇ ପ୍ଲାଷ୍ଟିକ୍‌ ବର୍ଜନ କରିବା ନେଇ ସଚେତନତା ବାର୍ତା ବାଣ୍ଟିଥିଲେ। ଏହି ଅବସରରେ ଲୋୟର ପିଏମ୍‌ଜିରୁ ଏକ ଶୋଭାଯାତ୍ରା ବାହାରି ଜୟଦେବ ଭବନରେ ପହଞ୍ଚିଥିଲା। ସେଠାରେ ଅନୁଷ୍ଠିତ ଏକ ସଭାରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିମଳେନ୍ଦୁ ମହାନ୍ତି, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ହାଡ଼ିବନ୍ଧୁ ପାଣିଗ୍ରାହୀ, ସମାଜସେବୀ ପ୍ରକାଶ ଶ୍ରୀଚନ୍ଦନ, କର୍ପୋରେଟର୍‌ ନବକିଶୋର ବେହରା, ରମାକାନ୍ତ ମହାପାତ୍ର, ନିରଦ ଖୁଣ୍ଟିଆ ପ୍ରମୁଖ ଯୋଗଦେଇ ପ୍ଲାଷ୍ଟିକର ବ୍ୟବହାର ଫଳରେ ପରିବେଶ କିପରି ଦୂଷିତ ହେଉଛି, ସେ ସଂପର୍କରେ ଆଲୋକପାତ କରିଥିଲେ।

ସମ୍ବନ୍ଧିତ ଖବର