ଭୁବନେଶ୍ବର: ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ଏଏସ୍ବିଏମ୍ ବିଶ୍ବବିଦ୍ୟାଳୟରେ ପ୍ରତିଯୋଗିତାଭିତ୍ତିକ କାର୍ଯ୍ୟକମ ‘ପ୍ରେରଣା’ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବକ୍ତୃତା, ପ୍ରବନ୍ଧ ରଚନା, ନୃତ୍ୟ, ସଙ୍ଗୀତ, ଚିତ୍ରାଙ୍କନ, ଛବି ଉତ୍ତୋଳନ ଓ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ କୃତୀ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା।
ପୁରସ୍କାର ବିତରଣ ଉତ୍ସବରେ ବିଶ୍ବବିଦ୍ୟାଳୟର କୁଳାଧ୍ୟକ୍ଷ ପ୍ରଫେସର ବିଶ୍ବଜିତ ପଟ୍ଟନାୟକଙ୍କ ସଭାପତିତ୍ବ କରିଥିଲେ। ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ନିରଞ୍ଜନ ସାହୁ ମୁଖ୍ୟ ଅତିଥି, କୁ​ଳପତି ପ୍ରଫେସର କଲ୍ୟାଣ ଶଙ୍କର ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଭୀର ନିଷ୍ଠା ଓ ନିରନ୍ତର ମନୋନିବେଶ ଦ୍ବାରା ନୂତନ କଳାକୌଶଳ ଓ ତତ୍ତ୍ବର ଆବିଷ୍କାର ସମ୍ଭବ ହୋଇପାରିବ ବୋଲି କହିଥିଲେ। ପ୍ରଫେସର୍ ସ୍ମାରକୀ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହକାରୀ ଡିନ୍ ଭକ୍ତବନ୍ଧୁ ଦାଶ ଧନ୍ୟବାଦ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/62-2.jpg)