ପ୍ରେରଣା ଗ୍ରିନ୍‌ ଆର୍ମିର ଶପଥ ଗ୍ରହଣ ଉତ୍ସବ

ଭୁବନେଶ୍ୱର : ପରିବେଶକୁ ସବୁଜ, ସ୍ବଚ୍ଛ ଓ ପ୍ରଦୂଷଣମୁକ୍ତ କରିବା ପାଇଁ ଅଣ୍ଟା ଭିଡ଼ିଥିବା ପ୍ରେରଣା ଗ୍ରିନ୍‌ ଆର୍ମି ପକ୍ଷରୁ ଆଜି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ ଭବନ ପରିସରରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ପରିବେଶର ଯତ୍ନ ନେବା ପାଇଁ ଆର୍ମି ସଦସ୍ୟମାନଙ୍କୁ ଶପଥ ପାଠ କରାଇଥିଲେ। ଗ୍ରିନ୍‌ ଆର୍ମି କମାଣ୍ଡାଣ୍ଟ ଇନ୍‌ ଚିଫ୍‌ ତଥା ଖୋର୍ଦ୍ଧାର ପୂର୍ବତନ ବିଧାୟକ ଡ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଶ୍ରୀ ପଟ୍ଟନାୟକ କହିଲେ, ଏକଦା ଜଙ୍ଗଲରେ ଭର୍ତ୍ତି ଥିବା ରାଜ୍ୟ ଉତ୍କଳରେ ଏବେ ବୃକ୍ଷରୋପଣର ଆବଶ୍ୟକତା ସମସ୍ତେ ଅନୁଭବ କରି ପାରୁଛନ୍ତି। ଭଲ ଲୋକଙ୍କ ସଂଖ୍ୟା ଅଧିକ ଥିଲେ ମଧ୍ୟ ସେମାନେ ସଂଗଠିତ ନୁହନ୍ତି। ଏଣୁ ପରିବେଶକୁ ରକ୍ଷା କରିବା ଭଳି ଭଲ କାମ ପାଇଁ ଉତ୍ସାହ କମ୍‌ ମିଳିପାରେ। କିନ୍ତୁ ପର ପିଢ଼ି ପାଇଁ ଆମର ଯେଉଁ ଉତ୍ତରଦାୟିତ୍ବ ରହିଛି ସେଥିରେ ପ୍ରେରଣା ଗ୍ରିନ୍‌ ଆର୍ମିର ଉଦ୍ୟମ ପ୍ରଶଂସନୀୟ।

ଏହି ଅବସରରେ ଶ୍ରୀ ପଟ୍ଟନାୟକ ସମାଜସେବୀ ସ୍ବାଧୀନା ଦାଶ, କଣ୍ଠଶିଳ୍ପୀ ଶୈଳଭାମା, ଚଳଚ୍ଚିତ୍ର ପ୍ରଯୋଜକ ଅସିତ ରାଉତ, ସତ୍ୟବ୍ରତ ଦ୍ବିବେଦୀ, ତ୍ରିନାଥ ମୁଦୁଲି ଓ ଶିକ୍ଷକ ନେତା ରମାକାନ୍ତ ମହାପାତ୍ରଙ୍କୁ ସବୁଜ ସମ୍ମାନରେ ଭୂଷିତ କରିଥିଲେ। ଗ୍ରିନ୍‌ ଆର୍ମି କମାଣ୍ଡାଣ୍ଟ ଭାବରେ ନିରଞ୍ଜନ ସାହୁ, ଆଶିଷ ବରିସଲ, କୃଷ୍ଣଚନ୍ଦ୍ର ନରେନ୍ଦ୍ର, ରଞ୍ଜିତା ମହାନ୍ତି, ଗ୍ରିନ୍‌ ଆର୍ମି ମେଜର ଭାବରେ ରୁବି ସାହୁ, କ୍ରିଷ୍ଣା ଶତପଥୀ, କରୁଣାକର ସେଠୀ, ବାଳକୃଷ୍ଣ ସାମନ୍ତରାୟ, ପ୍ରତାପ ମଙ୍ଗରାଜ, କାଳନ୍ଦୀ ମଙ୍ଗରାଜ, ମଧୁସ୍ମିତା ସାହୁ, ସଙ୍ଗୀତା ପାତ୍ର, ମିଲନ କୁମାର ଲେଙ୍କା, ହେମନ୍ତ ଖିଲାର, ରଣଜିତ ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଆଗକୁ ପୁରୀ ବାଲୁଖଣ୍ଡ ସହ ରାଜ୍ୟର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଗ୍ରିନ୍‌ ଆର୍ମିରେ ଯୋଗ ଦେବାକୁ ଚାହୁଁଥିବା ବ୍ୟକ୍ତିମାନେ ଯୋଗଯୋଗ କରିବା ପାଇଁ ସ୍ବତନ୍ତ୍ର ବ୍ୟକ୍ତିଙ୍କ ନାମ ଘୋ‌ଷଣା କରାଯାଇଛି। ଖୋର୍ଦ୍ଧା ଜିଲ୍ଲା ପାଇଁ ତ୍ରିନାଥ ମୁଦୁଲି (୯୪୩୭୩୯୧୪୯୧), ଖୋର୍ଦ୍ଧା ବ୍ଲକ ପାଇଁ କୃଷ୍ଣଚନ୍ଦ୍ର ନରେନ୍ଦ୍ର (୯୬୫୮୬୪୭୬୮୧), ଟାଙ୍ଗୀ ପାଇଁ ସ୍ବରାଜ ମହାନ୍ତି (୯୯୩୭୧୬୯୩୦୪), ଭୁବନେଶ୍ବର ପାଇଁ ନିରଞ୍ଜନ ସାହୁ (୯୦୭୮୧୫୮୧୭୩), ପୁରୀ ଜିଲ୍ଲା ପାଇଁ ବଦ୍ରି ମିଶ୍ର (୯୮୬୧୧୮୬୪୦୦), ମଧୁସୂଦନ ମିଶ୍ର (୭୯୭୮୦୬୬୫୬୦) ଓ ଶ୍ୟାମପ୍ରକା‌ଶ ସେନାପତି (୯୩୩୮୧୯୪୪୦୦), ବୌଦ୍ଧ ଜିଲ୍ଲା ପାଇଁ ସ୍ବରାଜ କଅଁର (୭୬୮୧୦୭୬୭୩୭), ଗଞ୍ଜାମ ଜିଲ୍ଲା ପାଇଁ ପୂର୍ଣ୍ଣଚନ୍ଦ୍ର ବେହେରା (୯୦୪୦୫୮୨୭୯୨), କେନ୍ଦୁଝର ଜିଲ୍ଲା ପାଇଁ ଅଶୋକ ପୁହାଣ (୯୯୩୭୫୨୩୫୦୭) ଓ ଚନ୍ଦନ ପଣ୍ଡା (୭୫୦୪୨୪୦୮୫୫)ଙ୍କୁ ଯୋଗାଯୋଗ କରିବା ପାଇଁ କୁହାଯାଇଛି। ତା’ ଛଡ଼ା ଏ ସମ୍ବନ୍ଧରେ ଯେ କୌଣସି ସହାୟତା ପାଇଁ ରମାକାନ୍ତ ମହାପାତ୍ର (୯୯୩୭୩୪୦୯୪୫)ଙ୍କୁ ଯୋଗାଯୋଗ କରିବା ପାଇଁ ଗ୍ରିନ୍‌ ଆର୍ମିର କମାଣ୍ଡାଣ୍ଟ ଇନ୍‌ ଚିଫ୍‌ ଡ. ଶ୍ରୀଚନ୍ଦନ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର