ଭୁବନେଶ୍ବର : ପ୍ରେରଣା ଗ୍ରିନ୍ ଆର୍ମି ପକ୍ଷରୁ ‘ଫୁଲ ନୁହେଁ, ଗଛ ଉପହାର’ ଅଭିଯାନ ଆଜି ରାଜ୍ୟର ୩୦ ଜିଲ୍ଲା ସଦର ମହକୁମା ସମେତ ଦିଲ୍ଲୀ, କୋଲକାତା, ମୁମ୍ବାଇ ଏବଂ ଦୁବାଇ, ଥାଇଲାଣ୍ଡ, ଆମେରିକା ଆଦି ଦେଶରେ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରରେ ଗ୍ରିନ୍ ଆର୍ମିର ସଦସ୍ୟମାନେ ଏକ ଶଗଡ଼ରେ ବସି ମାଗଣାରେ ଗଛ ଚାରା ବଣ୍ଟନ କରିଥିଲେ। ଏହାସହ ବିଭିନ୍ନ ପାର୍କରେ ପ୍ରେମୀଯୁଗଳଙ୍କୁ ନୂଆବର୍ଷରେ ଫୁଲ ପରିବର୍ତ୍ତେ ଗଛ ଉପହାର ଦେବାକୁ ନିବଦେନ କରିଥିଲେ। ଏହି ଅବସରରେ ଇନ୍ଦିରା ଗାନ୍ଧୀ ପାର୍କରେ ‘ସବୁଜ ସାରସ୍ବତ, ସଂଗୀତ, ନୃତ୍ୟ ଉତ୍ସବ’ ଅନୁଷ୍ଠିତ ହୋଇଥିଲା। ପ୍ରେରଣା ଗ୍ରିନ୍ ଆର୍ମିର କମାଣ୍ଡର୍ ଇନ୍ ଚିଫ୍ ଡ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ନେତୃତ୍ବରେ ପରିଚାଳିତ ଏହି ଅଭିଯାନରେ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ ସବୁଜ ସଂଗୀତ ପରିବେଷଣ କରିଥିବା ବେଳେ କଥାକାର ଅଜୟ ସ୍ବାଇଁ, ଅରବିନ୍ଦ ରାୟ, ବନୋଜ ତ୍ରିପାଠୀ ପ୍ରମୁଖ କ୍ଷୁଦ୍ରଗଳ୍ପ ପାଠ କରିଥିଲେ। କାର୍ଯ୍ୟକ୍ରମରେ ସୁଲତା ଦେଓ, ଡ. ପ୍ରକାଶ ଶ୍ରୀଚନ୍ଦନ, ନିରୋଦ ଖୁଣ୍ଟିଆ, ରମାକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ।
ପ୍ରେରଣା ଗ୍ରିନ୍ ଆର୍ମି ପକ୍ଷରୁ ‘ଫୁଲ ନୁହେଁ, ଗଛ ଉପହାର’ ଅଭିଯାନ
/sambad/media/post_attachments/wp-content/uploads/2019/12/Tree-Plantation-780x405.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)