ପ୍ରେରଣା ଗ୍ରିନ୍‌ ଆର୍ମି ପକ୍ଷରୁ ମୌସୁମୀ ସ୍ବାଗତ ଉତ୍ସବ

ଭୁବନେଶ୍ବର: ପ୍ରେରଣା ଗ୍ରିନ୍‌ ଆର୍ମି ପକ୍ଷରୁ ମୌସୁମୀ ସ୍ବାଗତ ଉତ୍ସବ ଲୋୟର ପିଏମ୍‌ଜି ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ମୁଖ୍ୟ ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ଅଜୟ ସ୍ବାଇଁ, ଓଡ଼ିଶା ବୀର ମହାସ˚ଘର ସଭାପତି ପ୍ରକାଶ ଶ୍ରୀଚନ୍ଦନ, ଶିକ୍ଷକ ନେତା ରାମାକାନ୍ତ ମହାପାତ୍ର, ସିଟି କ୍ଲବ୍‌ର ସ˚ପାଦକ ପ୍ରଦୀପ ରାଉତରାୟ, ଛାତ୍ରନେତା ଆଶିଷ ବରିଶଲ, ପକ୍ଷୀଘର ପତ୍ରିକାର ସ˚ପାଦକ ବନୋଜ ତ୍ରିପାଠୀ ପ୍ରମୁଖ ଯୋଗଦେଇ ଗ୍ରିନ୍‌ ଆର୍ମି ପକ୍ଷରୁ ଅଭିବାଦନ ଗ୍ରହଣ କରିବା ସହ ‘ଫନି’ କ୍ଷତିଗ୍ରସ୍ତ ଓଡ଼ିଶାକୁ ସବୁଜ ସୁନ୍ଦର କରିବା ପାଇଁ ଗ୍ରିନ୍‌ ଆର୍ମି ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ବିଭିନ୍ନ ସ୍କୁଲ୍‌ରୁ ଆସିଥିବା ଛାତ୍ରଛାତ୍ରୀମାନେ ‘ଆସ ଲଗାଇବା ଗଛ, ଆଉ ସବୁକଥା ପଛ’ ଗୀତ ତାଳେ ତାଳେ ନୃତ୍ୟ ପରିବେଷଣ କରିଥିଲେ। ସେହିପରି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ‘ବୃକ୍ଷ ଓ ଜୀବନ’ ସ˚ପର୍କିତ ଏକକ ଅଭିନୟ, ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରାଯାଇଥିଲା। ଅନୁଷ୍ଠାନର ସ˚ପାଦକ ଚନ୍ଦ୍ରଶେଖର ପତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର