ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଉଦ୍‌ଯାପିତ

ଭୁବନେଶ୍ୱର: ଭାରତୀୟ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଘାଟିକିଆ ସରସ୍ୱତୀ ଶିଶୁ ବିକାଶ ବିଦ୍ୟା ମନ୍ଦିରରେ ଚାରିଦିନିଆ ପ୍ରାଥମିକ ଆଚାର୍ଯ୍ୟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ସୋଆ ବିଶ୍ୱବିଦ୍ୟାଳୟର ଛାତ୍ର ମଙ୍ଗଳ ଅଧ୍ୟକ୍ଷ ଡ. ଜ୍ୟୋତି ରଞ୍ଜନ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଶିକ୍ଷା କ୍ଷେତ୍ରରେ ହେଉଥିବା ନୂଆ ନୂଆ ଆଭିମୁଖ୍ୟ ଗୁଡ଼ିକ ଉପରେ ବିଶେଷଜ୍ଞମାନେ ଆଲୋକପାତ କରିଥିଲେ। କ୍ରୀଡ଼ାର ବିକାଶ ଉପରେ ଦୁର୍ଗାପ୍ରସାଦ ମହାନ୍ତି, ଯୋଗ ଓ ବାଲ୍‌ ସଂସ୍କାର କାର୍ଯ୍ୟକ୍ରମ ଉପରେ ଡ. ବିଶ୍ୱରଞ୍ଜନ ରଥ ପ୍ରଶିକ୍ଷଣ ଦେଇଥିଲେ। ପ୍ରଶିକ୍ଷଣ ଶିବିରକୁ ପଶ୍ଚିମ ସଂଭାଗର ବିଭାଗ ନିରୀକ୍ଷକ ଦିଗମ୍ବର ମାଝୀ ପରିଚାଳନା କରିଥିଲେ।

କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର ସମ୍ପାଦକ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ବିଦ୍ୟା ବିକାଶ ନୂଆଦିଲ୍ଲୀର ଅଧ୍ୟକ୍ଷ ଜଗଦୀଶ ପଟ୍ଟନାୟକ, ସୁରେଶ କୁମାର ପଣ୍ଡା, ଉମାକାନ୍ତ ବଡ଼ଜେନା, ମମତା କର, ମହେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ପ୍ରାନ୍ତ ପ୍ରଶିକ୍ଷଣ ଅଧିକାରୀ ଆଦିତ୍ୟ କୁମାର ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର