ଭୁବନେଶ୍ବର: ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ସଂଘର୍ଷ ଓ ସଫଳତାକୁ ନେଇ ଆସନ୍ତାକାଲି ମୁକ୍ତିଲାଭ କରିବ ଓଡ଼ିଆ ଚଳଚ୍ଚିତ୍ର ‘କ୍ରିଷ୍ଣା’। ବ୍ରହ୍ମପୁରର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ନୃତ୍ୟଶିଳ୍ପୀମାନେ ଗରିବ ପରିବାରରୁ ଆସି କିପରି ଜାତୀୟ ରିଅଲିଟି ସୋ’ ଇଣ୍ଡିଆସ୍ ଗଟ୍ ଟ୍ୟାଲେଣ୍ଟ୍ର ବିଜେତା ହୋଇ ନିଜର ଶ୍ରେଷ୍ଠତ୍ବ ପ୍ରମାଣିତ କରିଥିଲେ, ସେଇ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଏହି ଚଳଚ୍ଚିତ୍ର। ଏଥିରେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ମୁଖ୍ୟ କ୍ରିଷ୍ଣାମୋହନ ରେଡ୍ଡୀ ଏବଂ ସୂର୍ଯ୍ୟମୟୀ ମହାପାତ୍ର ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହେବେ। ଏହାର କାହାଣୀ ସହ ଚିତ୍ରନାଟ୍ୟ ଓ ନିର୍ଦେଶନା ଦେଇଛନ୍ତି ନିଜେ କ୍ରିଷ୍ଣା ରେଡ୍ଡୀ। ବ୍ରହ୍ମପୁର, ଭୁବନେଶ୍ବର ଓ ମୁମ୍ବାଇରେ ଚଳଚ୍ଚିତ୍ରର ସୁଟିଂ ହୋଇଛି। ଏଥିରେ କ୍ରିଷ୍ଣା ରେଡ୍ଡୀଙ୍କ ସଂଘର୍ଷ ଓ ସଫଳତାର ୫ଟି ଅନାଲୋଚ୍ୟ ଦିଗ ଉନ୍ମୋଚିତ ହେବ ବୋଲି ଚର୍ଚ୍ଚା ହେଉଛି। ଏଥିସହ ପରଦାକୁ ଆସିବ ‘ଆଭେଞ୍ଜର୍ସ ଏଣ୍ଡ୍ଗେମ୍’। ମାର୍ବଲ କମିକ୍ସ ଉପରେ ଆଧାରିତ ଆମେରିକାନ୍ ସୁପରହିରୋକୁ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। ଆନ୍ଥୋନି ରୁଷୋ ଓ ଜୋଏ ରୁଷୋଙ୍କ ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ରବର୍ଟ ଡାଉନି ଜୁନିୟର, ଖ୍ରୀସ୍ ଏଭାନ୍ସ, ମାର୍କ ରୁଫାଲୋ, ଖ୍ରୀସ୍ ହେମ୍ସୱର୍ଥଙ୍କ ଭଳି କଳାକାରଙ୍କୁ ବିଭିନ୍ନ ଭୂମିକାରେ ଦେଖିବାକୁ ମିଳିବ। ଏହା ଉଭୟ ହିନ୍ଦୀ ଓ ଇଂରାଜୀ ଭାଷାରେ ମୁକ୍ତିଲାଭ କରିବ। ତେବେ କୌଣସି ହିନ୍ଦୀ ଚଳଚ୍ଚିତ୍ର ମୁକ୍ତିଲାଭ କରିବ ନାହିଁ।
ପରଦାରେ ‘ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ର ସଂଘର୍ଷର କାହାଣୀ’
/sambad/media/post_attachments/wp-content/uploads/2019/04/Untitled-20-20.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)