ପ୍ରିୟବ୍ରତ ପଟ୍ଟନାୟକ (ଟୁଲୁ) ଆଦ୍ୟ େଯୗବନେର ଖ୍ୁବ୍ ଜିଜ୍ଞାସୁ ଓ ଅଧ୍ୟୟନମୁଖୀ ଥିଲେ। କାଲି ଭଳି ମେନଅଛି, ସେ ଦିଲ୍ଲୀ ୟୁନିଭରସିଟିର ରାମଜାସ୍ କଲେଜେର ୧୯୭୩-୭୪େର ରାଜନୀତି ବିଜ୍ଞାନେର ଏମ୍.ଏ. ଫାଇନାଲ୍ ପଢୁଥିବା େବେଳ ବନ୍ଧୁ ସ୍ବର୍ଗତ ରାଜକିେଶାର ସାହୁ (କଟକ, ଚାଉଳିଆଗଞ୍ଜ)ଙ୍କ ରୁମ୍ରେ ଏକାଠି ରହୁଥାନ୍ତି। ଛାତ୍ର ସଂଗଠନ କାର୍ଯ୍ୟେର ଦିଲ୍ଲୀ ଯାଇ ରାଜୁଙ୍କ ରୁମ୍ରେ ରାତିେର ଥିଲି ଓ ସେଠାେର ହିଁ ପ୍ରିୟବ୍ରତଙ୍କ ସହ େମାର ପ୍ରଥମ ସାକ୍ଷାତ। ସେମାନଙ୍କର ବିଶିଷ୍ଟ ଅଧ୍ୟାପକ ପ୍ରଫେସର ରଣଧୀର ସି˚ହଙ୍କ ଉପେର କଥା ଆରମ୍ଭ ହେବା ପେର ସା˚ପ୍ରତିକ ସମୟେର େକଉଁ ରାଜନୈତିକ ମତବାଦ ଶ୍ରେୟସ୍କର, ତାହା ଉପେର ଆଲୋଚନା େକନ୍ଦ୍ରୀଭୂତ ହେଲା। େସେତେବେଳ ସଦ୍ୟ ପ୍ରକାଶିତ ସି.ବି.ମାକ୍-ଫର୍-ସନ୍ଙ୍କ ବହୁ ଚର୍ଚ୍ଚିତ ବହି ‘ଏ ପଲିଟିକାଲ୍ ଥିଓରି ଅଫ୍ ପଜେଟିଭ୍ ଇଣ୍ଡିଭିଜୁଆଲିଜମ୍’ର ସାରା˚ଶକୁ ପ୍ରିୟବ୍ରତ ଆମ ଆଗେର ବ୍ୟାଖ୍ୟା କରିଥିଲେ। ଯଦିିଓ ଏହି ବହିର ସିିଦ୍ଧାନ୍ତ େମାର କମ୍ୟୁନିଷ୍ଟ ଦୃଷ୍ଟିଭଙ୍ଗୀ ପାଇଁ ଗ୍ରହଣୀୟ ନଥିଲା, କିନ୍ତୁ ପ୍ରିୟବ୍ରତଙ୍କ ସଂକ୍ଷିପ୍ତ ଅଥଚ ସାବଲୀଳ ବ୍ୟାଖ୍ୟାନ େମାେତ ମୁଗ୍ଧ କରିଥିଲା।
ପ୍ରିୟବ୍ରତ ଯଦିଓ ପ୍ରତ୍ୟକ୍ଷ ଦଳୀୟ ରାଜନୀତିେର ଯୋଗ େଦଇନାହାନ୍ତି, କିନ୍ତୁ ସେ ନିେଜ ଜେଣ ଶକ୍ତିଶାଳୀ କ୍ଷମତା-େକନ୍ଦ୍ର ଥିଲେ। ଏଥିରେ ଦଳମତ ନିର୍ବିେଶଷେର ସାମିଲ୍ ଥିଲେ ଅେନକ ପ୍ରଶାସକ, ଓକିଲ, ସାମ୍ବାଦିକ, ଯୁୁବେନତା, ସାହିତ୍ୟିକ ଓ ସ˚ସ୍କୃତି େପ୍ରମୀ। ଏହାର ହେଡ୍ କ୍ବାର୍ଟର୍ସ ଥିଲା ଭୁବେନଶ୍ବର କ୍ଲବ୍। ଯେକୌଣସିି ପୂର୍ବ ନିର୍ଦ୍ଧାରିତ ଏେଜଣ୍ଡା ନଥାଇ ପ୍ରତ୍ୟହ ସନ୍ଧ୍ୟାେର ଆସର ବସୁଥିଲା ବିଳମ୍ବିତ ରାତିଯାଏ। ଏହି ଲେଖକ ଜାଣିବାେର ଦଳପତିଙ୍କର ଚିହ୍ନା ହୁଅନ୍ତୁ ବା ନହୁଅନ୍ତୁ, ପ୍ରାୟ ୩୦/୪୦ ଜଣ ବିଭିନ୍ନ ପୃଷ୍ଠଭୂମିର ଓ ବିଭିନ୍ନ ବୟସର ବ୍ୟକ୍ତିମାେନ ଏହିି ଆସରେର ଯୋଗ େଦଇଥାନ୍ତି ଓ ଯେକୌଣସି ଚଳନ୍ତି ପ୍ରସଙ୍ଗ ଉପେର ଦଳପତିଙ୍କ ସ୍ବତଃସ୍ଫୂର୍ତ୍ତ ବୟାନ ସହିତ ପରିେବଶିତ ଖାଦ୍ୟ-ପାନୀୟକୁ ଆକଣ୍ଠ ଆହାର କରିଥାନ୍ତି।
ପ୍ରିୟବ୍ରତଙ୍କ ବନ୍ଧୁପ୍ରୀତି ଅଦ୍ଭୁତ ଧରଣର। ସ୍କୁଲ୍ର ହେଉ ବା କଲେଜର ଅଥବା ଯେକୌଣସି ସୂତ୍ରରୁ ପରିଚିତ େହାଇଥିବା ଜେଣ ବନ୍ଧୁ ହୋଇଥାଆନ୍ତୁ, ସେ ପ୍ରିୟବ୍ରତଙ୍କ ସ୍ମୃତିପଟରୁ େକେବ ଦୂେରଇ ଯାଉ ନଥିଲେ। ପ୍ରିୟବ୍ରତଙ୍କର ଆବାଲ୍ୟବନ୍ଧୁ େଦେବଶ ଦାସ (ଲୁଲୁ)ଙ୍କ ଭାଷାେର, ପ୍ରିୟବ୍ରତଙ୍କ ବନ୍ଧୁ ପରିସର ଥିଲା ଅପରିସୀମ, ଯେଉଁଥିେର ସାମିଲ୍ ଥିଲେ ବନ୍ଧୁର ବନ୍ଧୁର ବନ୍ଧୁର ବନ୍ଧୁ ଇତ୍ୟାଦି। ନିଜର ବା ପରିବାରର କାମ ତୁଳନାେର ଅଗ୍ରାଧିକାର ପାଉଥିଲା ବନ୍ଧୁଙ୍କ କାମ। ପୁଣି ବନ୍ଧୁର କାର୍ଯ୍ୟ ହାସଲ ପାଇଁ ସେ ବାଜିଗର ସାଜୁଥିଲେ ଯେକୌଣସି ବାହୁବଳୀ ସହିତ - ପରିଣାମ ଯାହା ହେଉନା କାହିଁକି। ଅଥଚ ନିଜର କୌଣସି ଟ୍ରାଜେଡିକୁ େନଇ ସେ ବନ୍ଧୁମାନଙ୍କ ଆଗେର ଏମିତି ବ୍ୟଙ୍ଗାୟିତ କରି ଗପୁଥିଲେ, ମେନହେବ ତାଙ୍କର କୌଣସି ବ୍ୟକ୍ତିଗତ ସମସ୍ୟା ନାହିଁ ଓ ସେ ଅପରାେଜୟ। ପ୍ରିୟବ୍ରତଙ୍କ ଅେନକ ସମାଲୋଚକ କହିଥାନ୍ତି, ତାଙ୍କର ସାରା କ୍ୟାରିଅର୍ କ୍ଲବ୍ଗୁଡ଼ିକର ଭଙ୍ଗାଗଢ଼ାେର ବିତିଛି - ଏଥିେର ସାଧାରଣ ଲୋକଙ୍କ କି ଯାଏଆସେ ଅଛି! ଏକଥା ସତ, ନବକେଳବର ପାଇଥିବା ଉଭୟ ଭୁବେନଶ୍ବର ଓ କଟକ କ୍ଲବ୍ର ଅତ୍ୟାଧୁନିକ ଓ ସମ୍ପ୍ରସାରିତ ରୂପ ତାଙ୍କର ହିଁ ଅବଦାନ। ସାମଗ୍ରିକ ଅର୍ଥେର ସେ କ୍ଲବ୍ଗୁଡ଼ିିକର ନବୀକରଣ କରିଛନ୍ତି।
ପ୍ରିୟବ୍ରତ ଥିଲେ ଆମ ସମୟର କାଉଣ୍ଟର-ମାକିଆେଭଲି। େରେନଶାଁ ବିଦ୍ବାନ ମାକିଆଭେଲି ତାଙ୍କର ବିଶିଷ୍ଟ ପୁସ୍ତକ ‘ପ୍ରିନ୍ସ’େର ଜଣେ ଯୁବରାଜଙ୍କୁ ପରାମର୍ଶ େଦଇଛନ୍ତି, ନିରଙ୍କୁଶ କ୍ଷମତାର ଅଧିକାରୀ ହେବାକୁ ହେଲେ, ଜାତି-ଧର୍ମର ପାରମ୍ପରିକ ବନ୍ଧନେର ଛନ୍ଦି ନହୋଇ ତଥା ମାୟା-ମମତାର ଊର୍ଦ୍ଧ୍ବରେ ରହି େକବଳ ନିଜ କ୍ଷମତାର ବିସ୍ତାର ପାଇଁ ଯେକୌଣସିି ପ୍ରକାର ଛଳ-ବଳ-କୌଶଳ ପ୍ରେୟାଗ କରିବାର ଯୋଗ୍ୟତା ଅର୍ଜନ କରିବାକୁ ପଡ଼ିଥାଏ। ରାଜନୀତି-ବିଜ୍ଞାନର ଛାତ୍ର ଭାେବ ପ୍ରିୟବ୍ରତ େକବଳ ଯେ ମାକିଆଭେଲି ପଢ଼ିଥିଲେ, ତାହା ନୁେହଁ, ଏହାର ପ୍ରେୟାଗବିଧିେର ମଧ୍ୟ ସିଦ୍ଧି ହାସଲ କରିଥିଲେ। କିନ୍ତୁ େଗାଟିଏ ମୌଳିକ ଫରକ ଥିଲା- ନିେଜ କ୍ଷମତାଶାଳୀ ହେବା ପାଇଁ ନୁେହଁ, ବରଂ ବନ୍ଧୁବର୍ଗଙ୍କ ଦୁଃଖ ଲାଘବ ଓ ସାର୍ବିକସ୍ବାର୍ଥର ସୁରକ୍ଷା ପାଇଁ ତାଙ୍କର ସମସ୍ତ ମାକିଆଭେଲିଆନ୍ କଳାକୌଶଳ ଉତ୍ସର୍ଗୀକୃତ ଓ ସାଫଲ୍ୟମଣ୍ଡିତ ଥିଲା ମଧ୍ୟ।
ଚିତ୍ତରଞ୍ଜନ ବେହେରା
କଟକ, େମାବାଇଲ୍: ୯୪୩୭୫୭୭୫୪୬