ରୋଗୀଙ୍କୁ ଘରୋଇ ମେଡିକାଲ ପଠାଇବାରୁ ବିଏମ୍‌ସି ହସ୍ପିଟାଲରେ ଉତ୍ତେଜନା

ପୁରୁଣା ଭୁବନେଶ୍ୱର: ଜଣେ ଡାକ୍ତର ରୋଗୀଙ୍କୁ ଘରୋଇ ହସ୍ପିଟାଲକୁ ପଠାଇବାରୁ ଆଜି ବିଏମ୍‌ସି ହସ୍ପିଟାଲରେ ଉତ୍ତେଜନା ଦେଖା ଦେଇଛି। ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ହସ୍ପିଟାଲର ଚକ୍ଷୁ ବିଭାଗର ଜୈନିକ ଡାକ୍ତର ଜଣେ ରୋଗୀଙ୍କୁ ପରୀକ୍ଷା ପାଇଁ ଘରୋଇ ହସ୍ପିଟାଲକୁ ପଠାଇଥିଲେ ବୋଲି ପ୍ରଦୀପ ସେବା ଟ୍ରଷ୍ଟର ପ୍ରଦୀପ ସାହୁ ଏନେଇ ମୁଖ୍ୟ ଚିକିତ୍ସା ଅଧିକାରୀ ଗଣେଶ ପ୍ରସାଦ ଦାଶଙ୍କୁ ଅଭିଯୋଗ କରିଥିଲେ। ଏହାକୁ ନେଇ କିଛି ଯୁବକ ହୋହହ୍ଲା କରିଥିଲେ। ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଦାଶଙ୍କୁ ପଚାରିବାରୁ ସେ କୁହନ୍ତି, ଏନେଇ ତଦନ୍ତ କରାଯିବା ପରେ ପଦକ୍ଷେପ ନିଆଯିବ।

ସମ୍ବନ୍ଧିତ ଖବର